29.1 C
Bhubaneswar
Saturday, April 27, 2024
Homeଓଡିଶାଅମାନିଆଁ ବାଇକ ଚାଳନା ହିଁ ଦୁର୍ଘଟଣାର ମୂଳ କାରଣ

ଅମାନିଆଁ ବାଇକ ଚାଳନା ହିଁ ଦୁର୍ଘଟଣାର ମୂଳ କାରଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ସଡକ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାର ମୁଳକାରଣ ହେଉଛି ଲୋକଙ୍କ ଅମାନିଆ ବାଇକ ଚାଳନା । ବିନା ହେଲମେଟ୍‌ରେ ସହର ମଧ୍ୟରେ ଷ୍ପିଡ୍ ବାଇକ ଧରି ଚକ୍କର କାଟୁଥିବା ଯୋଗୁଁ ଢେଙ୍କାନାଳ ସହରରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି ।

ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ନେଇ କଡାକଡି କରାଯାଇଛି ନୁତନ ମୋଟର ଯାନ ନିୟମ । ଉଭୟ ବାଇକ୍ ଆରୋହି ଓ ପଛରେ ବସିଥିବା ଲୋକ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଭାବେ ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ବାନ୍ଧିବା ମଧ୍ୟ କଡାକଡି କରାଯାଇଛି । ହେଲେ ନୁତନ ଭାବେ ପ୍ରଚଳନ କରାଯାଇଥିବା ଏହି ମୋଟର ଯାନ ନିୟମ କେହି ମାନୁଥିବା ଯୋଗୁଁ ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି । ମାତ୍ର ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଅଧିକାରୀଙ୍କ କୋହଳ ନୀତି ଯୋଗୁଁ ଜିଲ୍ଲାରେ କେହି ଏହି ନିୟମ ମାନୁ ନଥିବା ନଜର ଆସିଛି ।

ଏବେ ସ୍କୁଲ୍‌, କଲେଜ ଗୁଡିକରେ ଛାତ୍ରଛାତ୍ରୀମାନେ ବିନା ହେଲ୍‌ମେଟ୍‌ରେ ଦୃତ ଗତିରେ ଗାଡି ଚଳାଉଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଆଖି ଦୃଷିଆ ପଦକ୍ଷେପ ନିଆ ଯାଉ ନାହିଁ । ଅନ୍ୟ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ଏବଂ କର୍ମଚାରୀ ଅଭାବ ଆଳ ଦେଖାଇ ବିଭାଗ ଏହାକୁ ସେତେଟା ଗୁରୁତ୍ୱ ଦେଉନଥିବା ଜିଲ୍ଲାର ବୁଦ୍ଧିଜୀବିମାନେ ମତ ରଖିଛନ୍ତି । ବିନା ହେଲ୍‌ମେଟ୍‌ରେ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ୍ କଲେଜ କ୍ୟମ୍ପସ୍‌ରେ ପ୍ରବେଶ ନିମନ୍ତେ କଟକଣା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହି ନିୟମ ନମାନିଲେ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ନିଆଗଲେ ଅମାନିଆ ଗାଡିଚାଳକ ସାବାଡ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking