ଢେଙ୍କାନାଳ : ପ୍ରସିଦ୍ଧ ମହାଶିବରାତ୍ରୀ ଏବଂ ଜାଗର ଯାତ୍ରା କରୋନା କଟକଣା ମଧ୍ୟରେ କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ପୀଠରେ ପାଳିତ ହେବା ସହିତ ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁମାନଙ୍କୁ ବାରଣ କରାଯାଇଛି । ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ରାତ୍ରକାଳୀନ ଷୋଡଶ ଉପଚାର ଜାଗର ପୁଜା ପାଇଁ ରାଜପୁରୋଧାଙ୍କ ଦ୍ୱାରା ନିର୍ଘଣ୍ଟ କରାଯାଇଛି । ଭୋର ୩ ଟାରୁ ୩ ଟା ୫୦ ମଧ୍ୟରେ ଠାକୁରଙ୍କ ମହାସ୍ନାନ ସହିତ ନାଗାଭରଣ ବେଶ ଅନୁଷ୍ଠିତ ହେବ ।
୪ ଟା ୨୦ ରେ ବେଢା ପରିକ୍ରମା ପରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ । ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଜାଗର ଯାତ୍ରାର ସମୀକ୍ଷା କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସୁଥିବା ଶ୍ରଦ୍ଧାଳୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବେହେରା ପରାମର୍ଶ ଦେଇଛନ୍ତି । ପୀଠ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୧୩ ପ୍ଲାଟୁନ୍ ପୋଲିସ ମୃତୟନ କରାଯାଇଛି । ସେଥି ମଧ୍ୟରେ ଜଣେ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୧୨ ଜଣ ଇନିସ୍ ପେକ୍ଟର, ୮୫ ଜଣ ଏସ୍ଆଇ ଓ ଏଏସ୍ଆଇ ନିଯୁକ୍ତ କରାଯାଇଛି ।