28.1 C
Bhubaneswar
Saturday, May 11, 2024
Homeଓଡିଶାବାରାହା ମାଂସ ସହ ୪ ଶିକାରୀ ଗିରଫ

ବାରାହା ମାଂସ ସହ ୪ ଶିକାରୀ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳରୁ ୧୦ କେଜି ବାରହା ମାଂସ ସହ ୪ ଜଣ ଶିକାରୀଙ୍କୁ କାବୁ କରିବାରେ ସଫଳ ହୋଇଛି ହିନ୍ଦୋଳ ବନକର୍ମଚାରୀ । ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିଲେ । ଆଉ ଏହି ସମୟରେ ବନକର୍ମଚାରୀ କୈାଣସ ସୁତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲେ । ଫଳରେ ୪ ଜଣ ଶିକାରୀ ବନ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ୧୦ କେଜି ବାରହା ମାଂସ ଜବତ କରିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳର କଇ ସଂରକ୍ଷିତ ଜଙ୍ଗଲର ଓସ୍ତପାଳ ନିକଟରୁ ବନକର୍ମଚାରି ମାନେ ୪ଜଣ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ହୋଇଥିବା ଶିକାରୀ ମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ନୁଆବଗ ଗ୍ରାମର ସନ୍ତୋଷ ବେହେରା, ଓସ୍ତପାଳ ଗ୍ରାମର ଗଙ୍ଗାଧର ପ୍ରଧାନ, କଂଟାପାଳ ଗ୍ରାମର ସୁଶାନ୍ତ ପ୍ରଧାନ ଓ ବାଲିମି ଥାନା ଅନ୍ତର୍ଗତ ଗୁରିଲୋ ଗ୍ରାମର କୁମୁଦ ସାମଲ ବୋଲି ଜଣାପଡିଛି । ତାଙ୍କଠାରୁ ୧୦ କେଜି ବାରହା ମାଂସ, ଚମଡା ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି ହିନ୍ଦୋଳ ବନ କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking