33.1 C
Bhubaneswar
Sunday, April 28, 2024
Homeଓଡିଶାବେଆଇନ ଭାବେ ଚାଲିଛି ମୋରମ ଚାଲାଣ

ବେଆଇନ ଭାବେ ଚାଲିଛି ମୋରମ ଚାଲାଣ

କଙ୍କଡାହାଡ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍‌ରେ ଦିନକୁ ଦିନ ଦୈାରାତ୍ମ୍ୟ ବଢିବାରେ ଲାଗିଛି । ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ଠିକାଦାର ମାନେ ବେଆଇନ ଭାବେ ମୋରମ ବ୍ୟବହାର କୁରୁଥିବା ଦେଖିବାକୁ ମିଳୁଛି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲ୍ ଅଧିନରେ ଥିବା ବିରୋବିଲେଇ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟଠାରୁ କିଛି ଦୁରରେ ୧୪୯ ନଂ ଜାତୀୟ ରାଜପଥଠାରୁ ଦୁଇଟି ରାସ୍ତା ନିର୍ମାଣ ଚାଲିଛି । ଗୋଟିଏ ରାସ୍ତା ଭେଜିଆ ଛକଠାରୁ ମହାବିରୋଡ ଓ ଅନ୍ୟଟି ଭେଜିଆ ଠାରୁ ବାଲିଝରଣ ରାସ୍ତା ନିର୍ମାଣ ହେଉଛି । ଏହି ରାସ୍ତା କାମରେ ନିୟୋଜି ହୋଇଥିବା ଠିକାସଂସ୍ଥା ବେଆଇନ ଭାବେ ଖୋଲା ପଡିଆ ତଥା ଗୋଚର ଜମିରୁ ମୋରମ ଉଠାଇ ଲକ୍ଷାଧିକ ଟଙ୍କା ରାଜସ୍ୱ ହାନୀ କରୁଛନ୍ତି । ଏଭଳି ସମସ୍ୟା ବାରମ୍ବାର ଗଣମଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ରାଜସ୍ୱ ବିଭାଗ ଓ ଠିକାଦାରଙ୍କ ସଲାସୁତରାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ତେବେ କାହା ପରାମର୍ଶରେ ବେଆଇନ ଭାବେ ମୋରମ ଚାଲାଣ ହେଉଛି ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking