36.1 C
Bhubaneswar
Saturday, May 11, 2024
Homeଓଡିଶାବିଦ୍ୟୁତ୍ ଦରବୃଦ୍ଧିକୁ ନେଇ ପ୍ରତିବାଦ ସଭା

ବିଦ୍ୟୁତ୍ ଦରବୃଦ୍ଧିକୁ ନେଇ ପ୍ରତିବାଦ ସଭା

କାମାକ୍ଷାନଗର : ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟୁତ ବଂଟନରେ ସୁଧାର ଆଣିବା ପାଇଁ ଟାଟା ପାୱାର କମ୍ପାନୀକୁ ଦାୟିତ୍ୱ ଦେଇଥିବା ବେଳେ କମ୍ପାନୀ ତରଫରୁ ବଦ୍ୟୁତ୍ ଦର ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ ଲାଗିରହୁଥିବାରୁ ଏହା ବିରୁଦ୍ଧରେ କାମାକ୍ଷାନଗର ବିଦୁତ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ୫ ଦଫା ଦାବିପତ୍ର ପ୍ରଦାନ କରଯାଇଛି । କାମାକ୍ଷାନଗର ବିଜେପି ତରଫରୁ ଦଳର କାର୍ଯ୍ୟକାରିଣୀ ସଭ୍ୟ ଶତୃଘ୍ନ ଜେନାଙ୍କ ନେତୃତ୍ୱରେ ବିଜେପି ଦଳ ତରଫରୁ ଏକତ୍ରିତ ହୋଇଥିଲେ । ସେଠାରେ ନଗର ସଭାପତି ସନ୍ଦିପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ପରେ ୫ ଦଫା ସମ୍ମଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ବିଦ୍ୟୁତ୍ ବିଭାଗର ଉପଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରତିବାଦ ସଭାରେ ପ୍ରେମାନନ୍ଦ ଜେନା, ଜିଲ୍ଲା ଉପସଭାପତି ପବିତ୍ର କୁମାର ବିଶ୍ୱାଳ, ରବିନାରାୟଣ ସାହୁ, ପ୍ରଚାର ପ୍ରଭାରି ଚନ୍ଦନ କୁମାର ବେହେରା, ତୁମୁସିଂହା ମଣ୍ଡଳ ସଭାପତି ମୀନକେତନ ନାୟକ, ଦପକ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking