32.1 C
Bhubaneswar
Friday, April 26, 2024
Homeଓଡିଶାପଜିଟିଭ୍ ଚିହ୍ନଟ ପରେ ସେବାରୁ ବଞ୍ଚିତ ଗର୍ଭବତୀ

ପଜିଟିଭ୍ ଚିହ୍ନଟ ପରେ ସେବାରୁ ବଞ୍ଚିତ ଗର୍ଭବତୀ

ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସର୍ବଦା ବିବାଦ ଘେରରେ ରହି ଆସୁଥିବାବେଳେ ପୁଣି କର୍ମଚାରୀଙ୍କ ବେଫିକର୍ ମନୋବୃତିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଡାକ୍ତରଖାନାକୁ ପ୍ରସୂତି ପାଇଁ ଆସିଥିବା ଜଣେ ଗର୍ଭବତୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ମହିଳାଙ୍କୁ ଚିକିତ୍ସା ମିଳିନଥିଲା । ଏପରିକି ମହିଳାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରି ଚୁପ୍ ହୋଇ ବସିପଡିଥିଲେ କର୍ମଚାରୀ । ଫଳରେ ପ୍ରସୂତୀ ଜଣଙ୍କ ଦୀର୍ଘ ୫ ଘଣ୍ଟାଧରି ଡାକ୍ତରଖାନା ଆଉଟଡୋର ସମ୍ମୁଖ ନିର୍ମାଣାଧୀନ ଘର ବାରଣ୍ଡାରେ ପଡିରହି ଛଟପଟ ହେଉଥିଲେ । ତେବେ ଦୀର୍ଘ ୫ ଘଣ୍ଟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଏହି ପ୍ରସୂତୀଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏହି ଗର୍ଭବତୀଙ୍କୁ ଯନ୍ତ୍ରଣା ଯୋଗୁଁ ତାଙ୍କ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର କୋଭିଡ ଟେଷ୍ଟ କରିବାରୁ ପଜିଟିଭ ବାହାରିଥିଲା । ଫଳରେ କର୍ମଚାରୀମାନେ ତାଙ୍କୁ ଚିକିତ୍ସା ନକରି ସଂକ୍ରମିତ ଆଳରେ ଏସସିବିକୁ ସ୍ଥାନାନ୍ତର କରିଦେଇ ଡାକ୍ତରଖାନା ଭିତରକୁ ପଶିବାକୁ ଦେଇନଥିଲେ । ଏପରିକି ଆଇସୋଲେସନ ରୁମର ବ୍ୟବସ୍ଥା ମଧ୍ୟ କରିନଥିଲେ । ଫଳରେ ଡାକ୍ତରଖାନା କର୍ମଚାରୀଙ୍କ ବିରୋଧରେ ଗର୍ଭବତୀଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking