29.1 C
Bhubaneswar
Tuesday, May 7, 2024
Homeଓଡିଶା“ୟାସ୍‌”କୁ ନେଇ ବଜାର ବେହାଲ

“ୟାସ୍‌”କୁ ନେଇ ବଜାର ବେହାଲ

ଢେଙ୍କାନାଳ : ବାତ୍ୟା “ୟାସ୍‌” କୁ ଆଖି ଆଗରେ ରଖି ସ୍ଥାନୀୟ ଲୋକମାନେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଦୋକାନ ଗୁଡିକରେ ନାହିଁ ନଥିବା ଭିଡ ଦେଖିବାକୁ ମଳିଥିଲା । ଲୋକମାନେ ବଜାର ଭିତରେ ମାସ୍କ ସହିତ ପ୍ରବେଶ କଲେ ମଧ୍ୟ ନଥିଲା ସାମାଜିକ ଦୁରତା । ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡିଛି । ଦିନ ତମାମ ବର୍ଷ ଲାଗିରହିଥିଲେ ମଧ୍ୟ କୋଭିଡ କଟକଣା ମାନୁନଥିଲେ । ଫଳରେ ପନିପରିବା ଦୋକାନଠାରୁ ଆରମ୍ଭ କରି ତେଜରାତି ଦୋକାନ ଗୁଡିକରେ ପ୍ରବଳ ଭିଡ ହୋଇଥିଲା । ଜିଲ୍ଲାରେ ବହୁ ମାତ୍ରାରେ ଅତ୍ୟାବଶ୍ୟକ ସାମଗ୍ରୀ ମହଯୁଦ ଥିବା ବେଳେ ଲୋକମାନେ ତାହା ଜାଣି ମଧ୍ୟ ବଜାର ଭିଡ କରିବାରେ ଲାଗିଛନ୍ତି ।

ଗାଡି ମଟର ଓ ଭିଡକୁ ଆଖି ଆଗରେ ରଖି ରଥଗଡା ମାର୍କେଟକୁ ଦୁଇ ପାଶ୍ୱର୍ରୁ ସିଲ୍ କରିବା ସହିତ ଚାଲି ଜାଲି ଯବା ପାଇଁ କହିଥିଲେ । ପୋଲିସ ଗାଡିମଟର ମାର୍କେଟ ଭିତରକୁ ଛାଡି ନଥିଲେ । ତଥାପି ମାର୍କେଟ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଝିପି ଝିପି ବର୍ଷାରେ ମଧ୍ୟ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗି ପଡିଥିଲେ । ଲୋକମାନେ ଚଢାଦରରେ ଆଳୁ ପିଆଜ କିଣୁଥିବା ଜଣାପଡିଥିଲା । ଏପରି ଭିଡକୁ ଦୃଷ୍ଟିରେ ରଖିବା ଦୋକାନି ମାନେ ପରିବା ଦର ବୃଦ୍ଧି କରିଥିବା ଦେଖିବାକୁ ମିଳିଥିଲା ।

ଏପରି ଭିଡ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଥିବା ବେଳେ ସବୁ ଦେଖି ମଧ୍ୟ ପୋଲିସ ନିରୁପାୟ ହୋଇ ଗାଡି ଜଗିରହିଥିଲେ । ଲୋକଙ୍କ ମୁହଁରେ ମାସ୍କ ଥାଇ ମଧ୍ୟ ସାମାଜିକ ଦୁରତା ରଖିବା ସମ୍ଭବ ନଥିଲା । ଏପରି ଭିଡ କରୋନା ସଂକ୍ରମଣକୁ ଦ୍ୱିଗୁଣିତ କରିବା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking