30.1 C
Bhubaneswar
Saturday, May 4, 2024
Homeଓଡିଶାସପ୍ତାହାନ୍ତ ପାଳନରେ ସହର ଶୂନ୍‌ଶାନ

ସପ୍ତାହାନ୍ତ ପାଳନରେ ସହର ଶୂନ୍‌ଶାନ

ଢେଙ୍କାନାଳ : ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଯାଇ ରାଜ୍ୟ ସରକାରଙ୍କ ତରଫରୁ ୨ ଦିନିଆ ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ କରାଯାଇଛି । ଯାହାକୁ ନେଇ ଢେଙ୍କାନାଳ ପୌରାଞ୍ଚଳ ଓ ସହରର ଦୋକାନ ବଜାର ବନ୍ଦ ହେବା ସହିତ ରାସ୍ତାଘାଟ ଶୂନ୍‌ଶାନ ଦେଖିବାକୁ ମିଳିଛି । ପ୍ରତି ଛକରେ ପୁଲିସ ମୃତୟନ କରାଯାଇଛି । ଯାତ୍ରୀ ବାହି ବସ୍ ଗୁଡିକ ଚଳାଚଳ ଉପରେ କୈାଣସି କଟକଣା ନଥିଲେ ମଧ୍ୟ ସ୍ୱତଃପ୍ରବୃତି ଭାବେ ବନ୍ଦ କରିଥିଲେ । ପ୍ରାତଃ ଭ୍ରମଣ ପାଇଁ ୫ ଟାରୁ ୬ ଯାଏଁ କୋହଳ କରାଯାଇଥିଲା । ସପ୍ତାହାନ୍ତ ବନ୍ଦ ପାଳନର ଦ୍ୱିତୀୟ ଦିନରେ ଜରୁରୀ କାମରେ ବାହାରୁ ଥିବା ବ୍ୟକ୍ତି ସେମାନଙ୍କର ଉପଯୁକ୍ତ କାଗଜପତ୍ର ଦେଖାଇବା ପରେ ଯିବାକୁ ଦିଆଯାଉଛି । ଏପରିକି ବିନାକାରଣରେ ବୁଲୁଥିବା ଅମାନିଆଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ସୁତ୍ରରୁ ଜଣାପଡିଛି । ଅଧିାକରୀ ମାନେ ସବୁ ସମୟରେ ସଜାଗ ରହିବାକୁ ପୋଲିସ ପକ୍ଷରୁ କର୍ମଚାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ବନ୍ଦ ପାଳନ ସମୟରେ ସହର , ଦୋକାନ ବଜାର ଶୂନଶାନ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking