37.1 C
Bhubaneswar
Saturday, May 18, 2024
Homeଓଡିଶାଆଦିବାସୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ

ଆଦିବାସୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ସୋରିସିଆପଦା ଅଚଂଳରେ ବିନା ପ୍ରମାଣରେ ଘର ପୋଡି କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ହରିପୁର ଡ୍ୟାମରେ ମାଛ ଛାଡିଥିବା ନିଲାମଧାରୀ ଜଣେ ପ୍ରଭାବଶାଳି ବ୍ୟକ୍ତି ହୋଇଥିବାରୁ ଆଦିବାସୀ ମାନଙ୍କୁ ବିନା ପ୍ରମାଣର ସହିତ ଗିରଫ କରିବା ନେଇ ଆଦିବାସୀ ମହିଳାମାନେ ଦୁଃଖ ପ୍ରକାଶ କରିଛନ୍ତି ।
ମିଳିଥିବା ସୁଚନା ମୁତାବକ, ସୋରିସିଆ ପଦା ନିକଟସ୍ତ ହରିପୁର ଡ୍ୟାମ ନିକଟରେ ଥିବା ଚାଳିଆଘର ପୋଡି ଘଟଣାରେ ପୋଲିସ ଗିରଫ କରିଛି । ମାଛ ଜଗିବା ପାଇଁ ନିଲାମଧାରି ମାନେ ନିକଟର ଗୋଟିଏ ଚାଳଘର କରିଥିଲେ ।

ମାତ୍ର କୌଣସି କାରଣରୁ ଘରଟିରେ କେହି ଦୁର୍ବୁତ ନିଆଁ ଲାଗାଇ ଦେଇଥିଲେ । ଫଳରେ ନିଲାମଧାରୀ ମାନେ ସୋରିସିଆ ପଦା ଅନ୍ତେଇ ସାହିର ନୀରିହ ଆଦିବାସୀଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତି କରି ୨୨ ତାରିଖ ରାତିରେ ଚୈାଦ୍ୱାର ଥାନାର କିଛି ଅସାଧୁ କର୍ମଚାରୀ ଉକ୍ତ ଗ୍ରାମର ଚନ୍ଦ୍ରମଣି ପୂର୍ତି, କୁଶୁନ କଙ୍କଲା ଓ ବୁଦ୍ଧିରାମ ଶୁଣ୍ଢିଙ୍କୁ ବିନା କାରଣରେ ଗିରଫ କରିଛି । ଉକ୍ତ ବସ୍ତିରେ ୧୪ ଟି ପରିବାର ରହିଛି । ଏହି ବସ୍ତିର ଲୋକମାନେ କାମଧନ୍ଦା କରି ଦିନ କାଟିଥାନ୍ତି । ମାତ୍ର ପୋଲିସର ଏପରି ଜୁଲମକୁ ନେଇ ଆଦିବାସୀ ମହିଳାମାନେ ଚିନ୍ତାରେ ପଡିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ସଠିକ୍ ତଦନ୍ତ କରିବା ପାଇଁ ମହିଳାମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking