40.1 C
Bhubaneswar
Thursday, April 25, 2024
Homeଓଡିଶାମହିଳାଙ୍କୁ ବଳାତ୍କାର ଉଦ୍ୟମ !

ମହିଳାଙ୍କୁ ବଳାତ୍କାର ଉଦ୍ୟମ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ସେ ଜଣେ ମହିଳାଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିବା ନେଇ ଢେଙ୍କାନାଳ ଟାଉନ୍ ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଛି ।
ଥାନାଧିକାରୀଙ୍କ ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍ ଚାନ୍ଦପୁର ଗ୍ରାମର ମହିଳା ଜଣଙ୍କ କିଡ୍‌ନି ରୋଗରେ ପଡିତ ହୋଇଥିବାରୁ ଚିକିତ୍ସା ନିମନ୍ତେ ଜିଳ୍ଲା ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ମାତ୍ର ଜିଲ୍ଲାପାଳଙ୍କ ପିଅନ ଧ୍ରୁବଚରଣ ମହାକୁଡ ଜିଲ୍ଲାପାଳ ନାହାନ୍ତି କହି ବାରଣ୍ଡାରେ ବସିବାକୁ କହିଥିଲେ ।

ଜିଲ୍ଲାପାଳ ରୁମ୍‌ରୁ ବାହାରି ଗଲାପରେ ଧ୍ରୁବ ତାଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠକୁ ଡାକି ନେଇଥିଲେ । ଜିଲ୍ଲାପାଳ ଆସିବେ ବୋଲି କହି ଜୋରଜବରଦସ୍ତ ଟଣାଓଟରା କରିଥିଲେ । ଏଥି ସହିତ ଏହି ଘଟଣା କାହାରିକୁ ନକହିବାକୁ ମଧ୍ୟ ଧମକ ଦେଇଥିଲେ । ଏହି ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ମଧ୍ୟ ଦେଇଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସହିତ ଚାକିରିରୁ ବହିଷ୍କୃତ କରିବାକୁ ମହିଳା ଜଣଙ୍କ ଗୁହାରି କରିଛନ୍ତି । ଏନେଇ ଟାଉନ ଥାନା ପୁଲିସ କେସ୍ ନଂ. ୧୭୫/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking