29.1 C
Bhubaneswar
Saturday, April 27, 2024
Homeଓଡିଶାଗଣେଶଖୋଲାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ଦାବୀ

ଗଣେଶଖୋଲାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ କରମୁଳ ଗ୍ରାମପଂଚାୟତ ଅଧିନରେ ବନାନୀ ପାହାଡ ପର୍ବତର ପାଦଦେଶରେ ଅବସ୍ଥିତ ହୋଇଛି ଗଣେଶଖୋଲା ପ୍ରାକୃତିକ ପରିବେଶ । ୧୨୩୧ ଖ୍ରୀ.ରେ ରାଜା ବିଦ୍ୟାଧର ହରିସିଂହ ଏହାକୁ ପ୍ରତିଷ୍ଠା କରିଥିଲେ । ପ୍ରାୟ ୭ ଏକର ପରିମିତ ଜମିରେ ପ୍ରଥମେ ମଙ୍ଗଳମୁର୍ତି ଗଣେଶଙ୍କୁ ପୁଜାର୍ଚ୍ଚନା କରାଯାଉଥିଲା । ଯାହାଫଳରେ ସେହି ଦିନଠାରୁ ସ୍ଥାନର ନାମ ଗଣେଶଖୋଲା ରଖାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ସ୍ୱଳ୍ପ ଶ୍ରଦ୍ଧା ହିଁ ଠାକୁରଙ୍କର ପାଥେୟ ହୋଇଥିଲା । ଦିନକୁ ଦିନ ସେଠାରେ ପୁଜାର୍ଚ୍ଚନା ସହିତ ଭକ୍ତଙ୍କ ଜନସମାଗମ ବଢିବାରେ ଲାଗିଲା ।

ମହନ୍ତ ବନବିହାରୀ ଦାସ ମହାରାଜ ସେଠାରେ ହନୁମାନଙ୍କୁ ପ୍ରତିଷ୍ଠା କରି ପୁଜାର୍ଚ୍ଚନା କରାଇବା ସହିତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢାଇଥିଲେ । ମହନ୍ତ ସେଠାରେ ଆଶ୍ରମ କରି ମର୍ଯ୍ୟଦା ପୁରୁଷୋତମ ଶ୍ରୀରାମ ଓ ସଙ୍କଟମୋଚନ ହନୁମାନଙ୍କୁ ପ୍ରତିଷ୍ଠା କରିଥିଲେ । ତତ୍କାଳିନ ବିଧାୟକ ସ୍ୱର୍ଗତ ହଳଧର ମିଶ୍ରଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଅଂଚଳର ପାରିପାଶ୍ୱର୍ିକ ସ୍ଥିତିକୁ କିଛି ମାତ୍ରାରେ ବଢାଇଥିଲେ । ଯଦିଓ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ଗ୍ରାମବାସୀଙ୍କ ଦ୍ୱାରା ଶୋଭା ପାଉଥିଲା । ଏହାକୁ ଭିତି କରି ମହନ୍ତ ମହାରାଜ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କୁ ଆମନ୍ତ୍ରଣ କରିଥିଲେ । ସାଂସଦ ସେଠାରେ ପହିଚିଂବା ପରେ ଶତାଧିକ ଜନସମାଗମ ହେବା ସହିତ ଉପସ୍ଥିତ ଭକ୍ତଙ୍କ ଭିଡ ହୋଇଥିଲା । ମହନ୍ତ ମହାରାଜ ଭକ୍ତଙ୍କ ଉପସ୍ଥିତିରେ ସାଂସଦଙ୍କୁ ପୀଠର ମାହାତ୍ମ୍ୟ ଓ ପାରିପାଶ୍ୱର୍ିକ ଉନ୍ନତି ବିଷୟରେ ଅବଗତ କରାଇବା ସହ ସେଠାରେ ପାନୀୟ ଜଳ, ସୋଲାର ଲାଇଟ ଏବଂ ପାଚେରୀ ନିର୍ମାଣ କରିବା ନିମନ୍ତେ ଅନୁରୋଧ କରିଥିଲେ ।

ଗଣେଶଖୋଲାଙ୍କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବା ପାଇଁ ସାଂସଦଙ୍କ ମାଧ୍ୟରେ ଅନୁରୋଧ କରିଥିଲେ । ସ୍ଥାନୀୟ ବୁଦ୍ଧିଜିବୀ ଓ ସମାଜସେବୀ ସୁଧାଂଶୁ ଶେଖର ରାଉତ ମହନ୍ତ ମହାରଜଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ । ପ୍ରଥମେ ଆଶ୍ରମକୁ ଭଲପାଉଥିବା ଲୋକମାନଙ୍କୁ ତାଲିକାଭୁକ୍ତ କରାଯାଉ । ସେମାନଙ୍କ ଅନୁଦାନରେ ଏହି ଜାଗାରେ ପର୍ଯ୍ୟୟକ୍ରମେ ପାଚେରୀ ନିର୍ମାଣ, ପାନୀୟ ଜଳ ଓ ସୋଲାର ଲାଇଟ୍ ବ୍ୟବସ୍ଥା ନିଶ୍ଚିତ ଭାବେ କରାଯିବ । ଏହା ବ୍ୟତିତ ସାଧାରଣ ଲୋକଙ୍କ ପ୍ରଚେଷ୍ଟାରେ ମନ୍ଦିର ପରିସରକୁ ଅଧିକ ସରସ ସୁନ୍ଦର କରିବା ନିମନ୍ତେ ସେଠାରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ, ଫୁଲ, ଫଳ ଗଛ ଲଗାଇବା ପାଇଁ ସାଂସଦ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଗ୍ରାମବାସୀଙ୍କ ସହଯୋଗ ହିଁ ଏକାନ୍ତ ଦରକାର ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking