28.1 C
Bhubaneswar
Thursday, March 28, 2024
Homeଓଡିଶାଢେଙ୍କାନାଳରେ ରାତ୍ରକାଳୀନ କର୍ଫ୍ୟୁଜାରୀ

ଢେଙ୍କାନାଳରେ ରାତ୍ରକାଳୀନ କର୍ଫ୍ୟୁଜାରୀ

ଢେଙ୍କାନାଳ : ରାଜ୍ୟରେ ମହାମାରୀ କରୋନା ଦ୍ୱିତୀୟ ଲହରୀର ତିବ୍ର ରୁପ ଦେଖା ଦେଇଛି । ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଆଧାର କରି ରାଜ୍ୟ ସରକାର ଜିଲ୍ଲାଗୁଡିକରେ ରାତ୍ର କାଳୀନ କର୍ଫ୍ୟୁ ଲଗାଇଛନ୍ତି । ସରକାରଙ୍କ ନିର୍ଦେଶନାମାକୁ ଭିତି କରି ଜିଲ୍ଲାରେ ରାତ୍ରି ୯ ଟାରୁ ଭୋର ୫ ଯାଏଁ ଏହି କର୍ଫ୍ୟୁ ବଳବତର ରହିବ । ଏହି ନିର୍ଦେଶନାମାକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଛନ୍ତି । ସହରର ମୁଖ୍ୟ ରାସ୍ତା ଗୁଡିକରେ ପୁଲିସ ପୋଟ୍ରଲିଂ କରିଥିଲେ ।

ମାତ୍ର ଜିଲ୍ଲାରେ କିଛି ହାତଗଣିତି ମେଡିସିନ ଦୋକାନ ଗୁଡିକୁ ଛାଡି ଦେଲାପରେ ବାକି ସବୁ ଦୋକାନ ଶୂନଶାନ ଥିବା ଜଣାପଡିଛି । ସନ୍ଧ୍ୟାରୁ ଲୋକମାନେ କାମ ସାରି ନିଜ ଘରକୁ ଫେରି ଥାନ୍ତି । ଏହି କଟକଣାକୁ ବେଖାତିର କରିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିର୍ଦେଶ ରହିଛି । କର୍ଫ୍ୟୁର ପ୍ରଥମ ଦିନରୁ ରାତ୍ରି ୯ ଟା ପୁର୍ବରୁ ସବୁ ଦୋକାନ ବଜାର ସବୁ ବନ୍ଦ ହୋଇଥିଲା । ତେବେ ଏହି କର୍ଫ୍ୟୁ ସମୟରେ ସ୍ୱାସ୍ଥ୍ୟ ସେବା, ଅଗ୍ନଶମ, ରାଜପଥ ପାଶ୍ୱର୍ରେ ଥିବା ଢାବା, ପେଟ୍ରୋଲ ପମ୍ପ, ଅନୁମତି ପ୍ରାପ୍ତ ଗଣ ମାଧ୍ୟମ ପ୍ରତିନିଧି, ସ୍ୱାସ୍ଥ୍ୟ ସେବା ଜନିତ କାଯ୍ୟ, ଅନୁମତି ପ୍ରାପ୍ତ ବ୍ୟକ୍ତି ଆବଶ୍ୟକ ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking