28.1 C
Bhubaneswar
Saturday, April 27, 2024
Homeଓଡିଶାଢେଙ୍କାନାଳ ପୌରାଞ୍ଚଳ ସପ୍ତାହନ୍ତ ସଟ୍‌ଡାଉନ

ଢେଙ୍କାନାଳ ପୌରାଞ୍ଚଳ ସପ୍ତାହନ୍ତ ସଟ୍‌ଡାଉନ

ଢେଙ୍କାନାଳ : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ତରଫରୁ ପ୍ରତି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ ଲାଗିକରିଛନ୍ତି । ଯାହାକୁ ନେଇ ଆଜିଠାରୁ ଦୁଇ ଦିନ ଧରି ଢେଙ୍କାନାଳ ପୈାରାଂଚଳ ସପ୍ତାହନ୍ତ ସଟ୍‌ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ଜନସାଧାରଣ ସାଧାରଣ ମଧ୍ୟ ଜରୁରୀ କାମ ବ୍ୟତିତ ପଦାକୁ ନବାହାରିବାକୁ ବାରଣ କରାଯାଇଛି । ଆଜି ସକାଳୁ ଢେଙ୍କାନାଳ ପୈାରାଚଂଳ ପୁରା ଶୁନଶାନ । କେବଳ ହାତଗଣତି କିଛି ମେଡିସନ୍ ଦୋକାନକୁ ଛାଡିଦେଲେ କୈାଣସି ଦୋକାନ ଖୋଲା ଯାଇନାହିଁ । ଏହି ସଟ୍‌ଡାଉନରେ କେବଳ ମେଡିକାଲ ସେବା ଓ ଜରୁରୀ କାଳିନ ସେବାକୁ ବାଦ୍ ଦିଆଯାଇଛି ।

ଜିଲ୍ଲାରେ କରୋନା ସଂକ୍ରମଣ ରୋକିବା ନେଇ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ପୁଲିସ କର୍ମଚାରୀ ନିୟୋଜିତ କରାଯାଇଛି । ସରକାରୀ ଓ ବେସରକାରୀ କର୍ମଚାରୀ, ମେଡିକାଲ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ସେମାନଙ୍କ ଆଇକାର୍ଡ ଦେଖାଇ କାମ କରି ପାରିବେ। ଏହି ଦୁଇଦିନଆ ସଟ୍‌ଡାଉନରେ ଜରୁରୀ କାମ ବ୍ୟତିତ କେହି ପଦାକୁ ନବାହାରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ପରାମର୍ଶ ଦେବା ସହିତ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସଟ୍‌ଡାଉନ କଟକଣାକୁ ଉଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking