30.1 C
Bhubaneswar
Friday, April 26, 2024
Homeଓଡିଶାବଣସିଂହ ଉପ୍ରା ସ୍କୁଲରେ ସଚେତନତା ଶିବିର

ବଣସିଂହ ଉପ୍ରା ସ୍କୁଲରେ ସଚେତନତା ଶିବିର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବଣସିଂହ(କ) ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିପିନି ବିହାରୀ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରରେ ସିଆରସିସି ବିକାଶ ଚନ୍ଦ୍ର ଜେନା ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ନିମିତ ଉଦ୍ଧିଷ୍ଟ ସରକାରୀ ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ ।

ସଦର ବିଇଓ ମୌସୁମି ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୪୫ ଜଣ ଅଭିଭାବକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା, ସରକାରୀ ଯୋଜନା, ମୁଲ୍ୟାୟନ ପଦ୍ଧତି, ସହାୟକ ଉପକରଣ ଯତ୍ନ, ମୌଖିକ ସହାୟତା, ଶାରୀରିକ ଓ ବୌଦ୍ଧିକ ବିକାଶ ସଂପର୍କରେ ବିଷଦଭାବେ ଆଲୋଚନା କରଯାଇଥିଲା । ଗୋଷ୍ଠୀସମ୍ବଳ ଶିକ୍ଷୟିତ୍ରୀ ବିଣାପାଣି ସେନାପତି ଓ ଇତିଶ୍ରୀ ମହାନ୍ତି ସାଧନ କର୍ମୀଭାବେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking