27.1 C
Bhubaneswar
Tuesday, May 7, 2024
Homeଓଡିଶାକୃଷ୍ଣପୁର ଓ ଜମୁନାକୋଟ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

କୃଷ୍ଣପୁର ଓ ଜମୁନାକୋଟ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ କୃର୍ଷ୍ଣପୁର ଛକରୁ ଛାଟିଆ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୧୫ କିଲୋମିଟର ରାସ୍ତା ନିର୍ମାଣ ଲାଗି ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ଖଣୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲ୍ଲିକ, ଏମ୍‌ପି ମହେଶ ସାହୁ ଯୋଗଦାନ କରିଥିଲେ । ଏହି ରାସ୍ତାଟି ଭୁବନ ବ୍ଲକର କୃଷ୍ଣପୁର-ଜମୁନାକୋଟ-କହ୍ନେଇପାଳ-ଛାଟିଆ ସାହିକୁ ସଂଯୋଗ କରିବ । ଏଥିଲାଗି ୭ କୋଟି ୩୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୫୩ ନଂ ଜାତୀୟ ରାଜପଥ ଦେଇ ଏହି ରାସ୍ତା ନିର୍ମାଣ ହୋଇଥିବାରୁ ଗ୍ରାମବାସୀ ଯାତାୟତରେ ସୁବିଧା ଉଠାଇପାରିବେ । ଏଥିସହିତ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି ମନ୍ତ୍ରୀ କହିଛନ୍ତି । ଭିତିପ୍ରସ୍ତର ସ୍ଥାପନ ଅବସରରେ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମାଂଚଳର ବିକାଶ ନିମନ୍ତେ ସ୍ଥାନୀୟ ଲୋକଙ୍କ ସହଭାଗିତା ଜରୁରୀ ବୋଲି ଅତିଥିମାନେ କହିଥିଲେ । ଏହି ବୈଠକରେ ଏମ୍‌ପି କୁହନ୍ତି ଯେ ମନରୁ ନକରାତ୍ମକ ଚିନ୍ତାକୁ ଦୁର କରି ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking