24.1 C
Bhubaneswar
Thursday, May 9, 2024
Homeଓଡିଶାବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ

ବେଗୁନିଆପଡା ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ

କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଘଂ ପଞ୍ଚାୟତ ସେବା ସମବାୟ ସମିତି ପକ୍ଷରୁ ଆଜି କାର୍ଯ୍ୟାଳୟ ପରିସରରେ ଖରିଫ ଧାନ କ୍ରୟ ପାଇଁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । କୁତରଘଂ ସେବା ସମବାୟ ସଭାପତି ସମ୍ପାଦକ ଚିତ୍ତରଞ୍ଜନ ଦାସ  ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିନିଧି ସୀତା ସୁନ୍ଦରି କୁତରଘଂ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ତାପଷ କୁମାର ସିଂହ ନିରଞ୍ଜନ ବଳ ଅକ୍ଷୟ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଜି ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ଠାରୁ ୧୦୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧିକାଂଶ ଚାଷୀ ଓ ବିଭିନ୍ନ ସମିତିର ନିର୍ଦେଶକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking