28.1 C
Bhubaneswar
Thursday, November 26, 2026
Homeଓଡିଶାମହିଳା ପୋଲିସ ପାଇଁ ଡିଜିପିଙ୍କ ଆଶ୍ୱସ୍ତିବାଣୀ

ମହିଳା ପୋଲିସ ପାଇଁ ଡିଜିପିଙ୍କ ଆଶ୍ୱସ୍ତିବାଣୀ

ଭୁବନେଶ୍ବର : ମହିଳା ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଚାପକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଆଣିବାକୁ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଗର୍ଭବତୀ ଓ ପ୍ରସୂତୀ ମହିଳା ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଶ୍ୱସ୍ତି ମିଳିବ।ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ଗର୍ଭବତୀ ମହିଳା ପୋଲିସଙ୍କୁ ସନ୍ତାନ ଜନ୍ମ ପୂର୍ବରୁ ଓ ପରେ ଡ୍ୟୁଟି କ୍ଷେତ୍ରରେ ଆବଶ୍ୟକ ସୁବିଧା ଦିଆଯିବ। ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବା ପାଇଁ ମହିଳା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ଏଥିସହ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ବର୍ଷକୁ କିଛି ଦିନ ଅତିରିକ୍ତ ଛୁଟି ବ୍ୟବସ୍ଥା ନେଇ ସୂଚନା ରହିଛି । ଏହାସହିତ ମହିଳା ପୋଲିସଙ୍କ ପ୍ରି ଏବଂ ପୋଷ୍ଟ ପ୍ରେଗନେନ୍ସି କେୟାର ପୋଲିସ ବିଭାଗ ନେବ । ଅନ୍ୟପଟେ ମହିଳା ଅଫିସରଙ୍କୁ କଠିନ କାମ ଦିଆଯିବ ନାହିଁ ।

ରାତିରେ ପାଟ୍ରୋଲିଂ ଏବଂ ଥାନାରେ ସିଡିଓ ଦିଆଯିବ ନାହିଁ । ଥାନା ବାବୁ ନ ଶୁଣିଲେ, ଗ୍ରୀଭାନ୍ସ ପାଇଁ ଏସଡିପିଓ, ଏସପିଙ୍କ ନିକଟକୁ ଯାଇ ପାରିବେ କିମ୍ବା ସେ ସିଧା ସଳଖ ଡିଜିଙ୍କ ପାଖରେ ଫେରାଦ ହୋଇ ପାରିବେ । ମହିଳା ପୋଲିସଙ୍କ କାର୍ଯ୍ୟ ପରିବେଶକୁ ଅଧିକ ଅନୁକୂଳ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମସ୍ୟାର ସମାଧାନ ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking