27.1 C
Bhubaneswar
Thursday, November 26, 2026
Homeଦେଶ ବିଦେଶସୌରଭ ଦାସଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ସୌରଭ ଦାସଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: କକ୍‌ରୋଚ୍ ଜନତା ପାର୍ଟିର ମୁଖପାତ୍ର ସୌରଭ ଦାସଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଲଣ୍ଡନ ଯିବାକୁ ଅଟକାଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ, ସୌରଭ ଦାସଙ୍କ ବିରୋଧରେ ମୁମ୍ବାଇ ପୁଲିସ ପକ୍ଷରୁ ଲୁକ୍‌ଆଉଟ୍ ସର୍କୁଲାର  ଜାରି କରାଯାଇଥିଲା। ଏହି ସର୍କୁଲାର ଆଧାରରେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇଥିଲା।ପ୍ରକୃତରେ ସୌରଭ ଦାସ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ବିମାନବନ୍ଦରରେ ଅଧିକାରୀମାନେ ତାଙ୍କୁ ଲଣ୍ଡନ ଯିବାକୁ ଅନୁମତି ଦେଇନଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଏକ ବ୍ୟାଖ୍ୟାନ ଦେବା ପାଇଁ ଯିବାର କାର୍ୟ୍ୟକ୍ରମ ଥିଲା। କିନ୍ତୁ ବିମାନବନ୍ଦରରେ ଅଟକାଯିବା କାରଣରୁ ସେ ବିଦେଶ ଯାତ୍ରା କରିପାରିନଥିଲେ। ଏହି ଘଟଣା ପରେ ବିଦେଶ ଯାତ୍ରା ପାଇଁ ଅନୁମତି ନମିଳିବାକୁ ଚ୍ୟାଲେଞ୍ଜ କରି ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତଙ୍କୁ କୁହାଯାଇଥିଲା ଯେ, ସୌରଭ ଦାସଙ୍କ ବିରୋଧରେ ମୁମ୍ବାଇ ପୁଲିସ ଲୁକ୍‌ଆଉଟ୍ ସର୍କୁଲାର ଜାରି କରିଛି। ଏହି ସର୍କୁଲାର ଆଧାରରେ ବିମାନବନ୍ଦରରେ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking