27.1 C
Bhubaneswar
Thursday, November 26, 2026
Homeଓଡିଶାଜାଙ୍ଗେଡ଼ ଗାଁରେ ବାଘ ଆତଙ୍କ: ସତର୍କ କଲା ବନ ବିଭାଗ

ଜାଙ୍ଗେଡ଼ ଗାଁରେ ବାଘ ଆତଙ୍କ: ସତର୍କ କଲା ବନ ବିଭାଗ

ବରଗଡ଼: ଗାଁରେ ବୁଲୁଛି ମହାବଳ ବାଘ ! ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜାଙ୍ଗେଡ଼ ଗାଁରେ ବାଘ ଦେଖିବାକୁ ମିଳିଥିବା ଖବର ପରେ ଆତଙ୍କ । ଏହାକୁ ନେଇ ଦେବ୍ରୀଗଡ଼ ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁଗୁଡ଼ିକୁ ସତର୍କ କରାଇଛି ବନ ବିଭାଗ ।ବରଗଡ଼ ଡିଏଫ୍‌ଓଙ୍କ ପକ୍ଷରୁ ନିକଟସ୍ଥ ଗ୍ରାମବାସୀଙ୍କୁ ହ୍ୱାଟ୍ସଆପ୍‌ ଜରିଆରେ ସତର୍କବାର୍ତ୍ତା ପଠାଯାଇଛି । ଏହାସହ ଅଞ୍ଚଳରେ ବାଘର ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳିଥିବା ସୂଚନା ରହିଛି ।ବାଘର ଉପସ୍ଥିତିକୁ ନେଇ ଗ୍ରାମବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଦେବ୍ରୀଗଡ଼ ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁଗୁଡ଼ିକରେ ଏହାକୁ ନେଇ ଚିନ୍ତା ବଢ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking