ଭୁବନେଶ୍ୱର: ନିୟମ ଭାଙ୍ଗି ତଣ୍ଡ ଗଣୁଛନ୍ତି ଅମାନିଆ ଗାଡି ଚାଳକ । ମାତ୍ର ୬ ମାସରେ ୨୬୪ କୋଟି ୬୬ ଲକ୍ଷ ଜରିମାନା ଆଦାୟ । ଗତ ବର୍ଷ ଠାରୁ ଦୁଇ ଗୁଣା ଅଧିକ ଜରିମାନା ଗଣିଛନ୍ତି ଅମାନିଆ । ଜରିମାନାରୁ ୬୬ କୋଟି ୭୧ ଲକ୍ଷ ବ୍ଲାକ ସ୍ପଟ ମରାମତିରେରେ ଖର୍ଚ୍ଚ ହୋଇଛି । ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି ।










