37.1 C
Bhubaneswar
Sunday, May 5, 2024
Homeଓଡିଶାମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ୨୪ ଘଣ୍ଟିଆ ସହାୟତା ନମ୍ବର

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ୨୪ ଘଣ୍ଟିଆ ସହାୟତା ନମ୍ବର

ଭୁବନେଶ୍ୱର : କୋଭିଡ୍‌-୧୯ ଦ୍ୱିତୀୟ ଲହରରେ ଦୀର୍ଘଦିନ ଧରି ସାରା ଦେଶରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସ୍ଥିତି ଲାଗି ରହିଥିବାରୁ ବହୁସଂଖ୍ୟାରେ ପ୍ରବାସୀ ନିଜ ନିଜ ଜିଲ୍ଲାକୁ ଫେରି ଆସୁଛନ୍ତି । କଠିନ ପରିସ୍ଥିତି ହେତୁ ଅନେକ ମହିଳା ଏବଂ ବାଳିକା ମଧ୍ୟ ଘରୋଇ ହିଂସାର ଶିକାର ହେବାର ସମ୍ଭାବନା ଅଛି । କୋଭିଡ୍‌ରେ ପିତାମାତା ସଂକ୍ରମିତ ହୋଇ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସମୟରେ ସେମାନଙ୍କ ଶିଶୁମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି । ସେମାନେ ନିର୍ଯାତନାର ଶିକାର ହେବାର ଆଶଙ୍କା ରହିଛି । ଏହିଭଳି ଭେଦଭାବ, ହିଂସା ବା ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି ।

୧୦୦/୧୮୧/୧୦୯୮ ସହାୟତା ନମ୍ବରରେ ଯୋଗାଯୋଗ କରି ପୀଡିତା ମହିଳା ଓ ଶିଶୁମାନେ ସାହାଯ୍ୟ ପାଇପାରିବେ । ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଥିବା ‘ସଖୀ’ (ୱାନ୍ ଷ୍ଟପ୍ ସେଣ୍ଟର)ରେ ମଧ୍ୟ ଯୋଗାଯୋଗ କଲେ ୨୪ ଘଣ୍ଟିଆ ନିଃଶୁଷ୍ଠ ସେବା ଯୋଗାଇ ଦିଆଯିବ। ଘରୋଇ ହିଂସା ବିଷୟରେ ଜଣାଇବା ପାଇଁ ହ୍ୱାଟସ୍‌ଆପ୍ ନମ୍ବର ୭୮୦୫୦୦୬୦୩୯ରେ ବାର୍ତ୍ତା ଦେଇପାରିବେ । ମହିଳା କମିଶନ ସହିତ ଯୋଗାଯୋଗ କରିବା ପାଇଁ ହ୍ୱାଟସ୍‌ଆପ୍ ନମ୍ବର ୮୭୬୩୫୪୩୦୧୩ ଜରି କରାଯାଇଛି । ହିଂସାମୁକ୍ତ ସମାଜ ଗଠନ ଦିଗରେ ମହିଳାମାନେ ଏହି ବ୍ୟବସ୍ଥାର ଉପଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking