40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗୁଗୁଲ, ଫେସବୁକ୍ ଓ ହ୍ୱାଟସ୍‌ଆପ୍ ପକ୍ଷରୁ ତଥ୍ୟ ଦାଖଲ

ଗୁଗୁଲ, ଫେସବୁକ୍ ଓ ହ୍ୱାଟସ୍‌ଆପ୍ ପକ୍ଷରୁ ତଥ୍ୟ ଦାଖଲ

ନୂଆଦିଲ୍ଲୀ : ସରକାରୀ ନିର୍ଦ୍ଦେଶ ମୁତାବକ ଗୁଗୁଲ, ଫେସବୁକ୍ ଓ ହ୍ୱାଟସଆପ୍ ଭଳି ସାମାଜିକ ଗଣମାଧ୍ୟମଗୁଡିକ ଇତିମଧ୍ୟରେ ସେମାନଙ୍କର ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟରତ ଅଧିକାରୀଙ୍କ ତଥ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି । କମ୍ପ୍ଲାଏନ୍ସ ଅଫିସର, ରେସିଡେଣ୍ଟ ଗ୍ରିଭାନ୍ସ ଅଫିସର ଓ ନୋଡାଲ କଣ୍ଟାକ୍ଟ ଅଫିସରଙ୍କ ସମ୍ପର୍କରେ ଏଭଳି ତଥ୍ୟ ପ୍ରଦାନ କରାଯାଇଥିବା ପ୍ରକାଶ । ତେବେ ଟ୍ୱିଟର ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇନଥିବା ଜଣାପଡିଛି ।

୫ ଲକ୍ଷରୁ ଉର୍ଦ୍ଧ୍ୱ ଉପଭୋକ୍ତା ରହିଥିବା ସାମାଜିକ ଗଣମାଧ୍ୟମଗୁଡିକୁ ଏଭଳି ତଥ୍ୟ ଦାଖଲ କରିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପରୋକ୍ତ ଅଧିକାରୀମାନେ କମ୍ପାନୀର କର୍ମଚାରୀ ହୋଇଥିବେ ଏବଂ ଭାରତରେ ଅବସ୍ଥାନ କରୁଥିବା ଜରୁରୀ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା । ଟ୍ୱିଟର କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ସରକାରଙ୍କୁ ଠକିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ସେମାନଙ୍କ ପାଇଁ ଓକିଲଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଟ୍ୱିଟର କର୍ତ୍ତୃପକ୍ଷ ନିଜର ନୋଡାଲ କଣ୍ଟାକ୍ଟ ଅଫିସର ଓ ଗ୍ରିଭାନ୍ସ ଅଫିସର ବୋଲି ଦର୍ଶାଇଥିବାବେଳେ ମନ୍ତ୍ରଣାଳୟ ଏହାକୁ ଅଗ୍ରାହ୍ୟ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking