32.1 C
Bhubaneswar
Saturday, May 4, 2024
Homeଓଡିଶାସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ଓଡ଼ିଶାର

ସର୍ବୋଚ୍ଚ ଗିରିଶୃଙ୍ଗ ଦେଓମାଳି ଓଡ଼ିଶାର

କୋରାପୁଟ : ଚଳିତ ବର୍ଷ ବିଧାନସଭାର ଗତ ମୌସୁମୀ ଅଧିବେଶନରେ ପର‌୍ୟ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ଦେଓମାଳି ପର୍ବତ ଓଡ଼ିଶାର ରାଜସ୍ୱ ଜଙ୍ଗଲ ଓ ପର‌୍ୟ୍ୟଟନ ବିଭାଗର ଖାତାରେ ନାହିଁ ବୋଲି କହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବାଚସ୍ପତି ଏହି ଘଟଣାରେ ରୁଲିଂ ପ୍ରଦାନ କରି ତିନି ବିଭାଗର ସମ୍ମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ପର‌୍ୟ୍ୟଟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏଭଳି ଉତ୍ତର ସମଗ୍ର ରାଜ୍ୟରେ ସଚେତନ ନାଗରିକ ଓ ଜନସାଧାରଣ, ବୁଦ୍ଧିଯିବି ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଓଡିଶା ସରକାରଙ୍କ ମଧ୍ୟରେ ରହିଥିବା ଏଭଳି ଦ୍ଵନ୍ଦକୁ ଦୁର କରିବାପାଇଁ ରାଜ୍ୟର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତ ସରକାରଙ୍କ ପରିବେଶ ,ଜଂଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ତଥ୍ୟ ମାଗିଥିଲେ । ଦେଶର ସମସ୍ତ ରାଜ୍ୟର ସର୍ବୋଚ୍ଚ ଗିରିଶୃଙ୍ଗ ଓ ଉଚ୍ଚତମ ଗିରିଶୃଙ୍ଗ ମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଆଇନ ୬(୩)ଧାରା ଅନୁଯାୟୀ କେନ୍ଦ୍ର ପରିବେଶ ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଉତ୍ତରାଖଣ୍ଡର ଆଲମୋରା ସ୍ଥିତ ଗୋବିନ୍ଦ ବଲ୍ଲବପନ୍ତ, ରାଷ୍ଟ୍ରୀୟ ହିମାଳୟ ପର‌୍ୟ୍ୟବରଣ ସଂସ୍ଥାନ (ଏନଆଇଏଚଇ)କୁ ତଥ୍ୟ ପ୍ରଦାନ କରିବା ପାଇଁ ପଣ୍ଡାଙ୍କ ଆବେଦନକୁ ହସ୍ତାନ୍ତର କରିଥିଲେ। ୮୮୦ ମିଟର ଉଚ୍ଚତା ବିଶିଷ୍ଟ ଶିବଳିକ ହିଲ୍ସ ସର୍ବନିମ୍ନ ସ୍ଥାନରେ ରହିଛି। ଓଡ଼ିଶାର କୋରାପୁଟ ସ୍ଥିତ ଦେଓମାଳି ପର୍ବତର ଉଚ୍ଚତା ୧୬୭୨ମିଟର ରହିଥିବା ବେଳେ ୨୮ଟି ରାଜ୍ୟ ମାନଙ୍କ ମଧ୍ୟରେ ୧୬ନମ୍ବରରେ ରହିଛି। ଆନ୍ଧ୍ରର ପୂର୍ବାଞ୍ଚଳ ଘାଟ ଅନ୍ତର୍ଗତ ୧୬୮୦ମିଟର ଉଚ୍ଚତା ବିଶିଷ୍ଟ ଆର୍ମାକୋଣ୍ଡା ପର୍ବତ କ୍ରମିକ ଭାବେ ୧୫ନମ୍ବରରେ ରହିଛି। ତଥ୍ୟପ୍ରଦାନ ପ୍ରଦାନ କରାଯାଇଥିବା ଦେଶର ସର୍ବୋଚ୍ଚ ୪୯ଟି ଗିରିଶୃଙ୍ଗ ମାନଙ୍କ ମଧ୍ୟରେ ଦେଓମାଳି ନାହିଁ। ବିଧାନସଭାରେ ଗୃହରେ ମନ୍ତ୍ରୀ ମାନେ ଉତ୍ତର ଦେବା ବେଳେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଉତ୍ତର ଦେବା ଆଵଶ୍ୟକତା ରହିଛି। ସୀମା ବିବାଦ ଚାଲିଥିବା ବେଳେ ରାଜ୍ୟର ସିମାବର୍ତୀ ଅଞ୍ଚଳ ସହିତ ସମୃକ୍ତ ବିଷୟ ବସ୍ତୁ ଉପରେ ସମସ୍ତ ତଥ୍ୟ ଓଡିଶା ସରକାର ସଂଗ୍ରହ କରି ଯୋଗାଇ ଆବଶ୍ୟକତା ରହିଛି ବୋଲି ଚର୍ଚ୍ଚାଜୋର ଧରିଛି। ରାଜ୍ୟର ଭୌଗୋଳିକ ସ୍ଥିତ ବିଷୟରେ ଯଦି ମନ୍ତ୍ରୀ ମାନେ ସଠିକ ଉତ୍ତର ରଖିବେ ନାହିଁ ତାହେଲେ ରାଜ୍ୟର ବୁଦ୍ଧିଯିବି ସଚେତନ ନାଗରିକ ମାନେ କେବଳ ବ୍ୟଥିତ ହେବେ ଏହା ନୁହେଁ ,ରାଜ୍ୟର ଛାତ୍ର ଛାତ୍ରୀ ମାନଙ୍କ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।ବର୍ତ୍ତମାନ କେନ୍ଦ୍ର ସରକାର ଜଙ୍ଗଲ ବିଭାଗ ଦେଓମାଲି କୁ ରାଜସ୍ୱ ଖାତାରେ ଉଲ୍ଲେଖ କରିବା ପାଇଁ ଅସୁବିଧା ନାହିଁ ଶ୍ରୀ ହେମନ୍ତପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking