37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବ୍ରହ୍ମା ଓ ବିଷ୍ଣୁଙ୍କ ଭିତରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧରୁ ସୃଷ୍ଟି ହୋଇଥିଲା ରୁଦ୍ରାଭିଷେକ,ଜାଣନ୍ତୁ କଣ...

ବ୍ରହ୍ମା ଓ ବିଷ୍ଣୁଙ୍କ ଭିତରେ ଆରମ୍ଭ ହୋଇଥିବା ଭୟଙ୍କର ଯୁଦ୍ଧରୁ ସୃଷ୍ଟି ହୋଇଥିଲା ରୁଦ୍ରାଭିଷେକ,ଜାଣନ୍ତୁ କଣ ରହିଛି ଏହାର ରହସ୍ୟ

ନୂଆଦିଲ୍ଲୀ :ପବିତ୍ର ଶ୍ରାବଣ ମାସରେ ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ଗୁଡିକରେ ଲୋକମାନେ ରୁଦ୍ରାଭିଷେକର ଆୟୋଜନ କରିଥାନ୍ତି। ଏଭଳି ମାନ୍ୟତା ରହିଛି ଯେ, ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିବା ଦ୍ବାରା ମନର ଇଛା ପୂରଣ ହୋଇଥାଏ। ଏହା ସହିତ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ। ଶ୍ରାବଣରେ ଭଗବାନ ଶିବଙ୍କ ରୁଦ୍ରାଭିଷେକର ରହିଛି ଖାସ୍ ମହତ୍ତ୍ବ। ତେଣୁ ଏହି ପବିତ୍ର ମାସରେ ବିଶେ​‌ଷ ଭାବରେ ସୋମବାର ଦିନ ରୁଦ୍ରାଭିଷେକ କରିବା ଫଳରେ ଭୋଳାନାଥଙ୍କୁ ଖୁସି କରିହେବ। ତେଣୁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ରୁଦ୍ରାଭିଷେକ ସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ କଥା।

ଅଭିଷେକ ଶବ୍ଦର ତାତ୍ପଜ୍ୟ ହେଉଛି ସ୍ନାନ କରିବା। ରୁଦ୍ରାଭିଷେକର ଅର୍ଥ ହେଉଛି ଭଗବାନ ରୁଦ୍ରଙ୍କ ଅଭିଷେକ। ଅର୍ଥାତ ଶିବଲିଙ୍ଗରେ ରୁଦ୍ରଙ୍କ ମନ୍ତ୍ରର ଉଚ୍ଚାରଣ କରି ଅଭିଷେକ କରିବା। ଅଭିଷେକ ବିଭିନ୍ନ ପ୍ରକାରର ହୋଇଥାଏ। ଶ୍ରେଷ୍ଠ ବ୍ରାହ୍ମଣଙ୍କ ଦ୍ବାରା ରୁଦ୍ରାଭିଷେକ କରିବା ଦ୍ବାରା  ଭଗବନା ଶିବଙ୍କୁ ପ୍ରସନ୍ନ କରିବାର ଶ୍ରେଷ୍ଠ ପ୍ରଣାଳି।ରୁଦ୍ରାଷ୍ଟାଧାୟୀଙ୍କ ମତରେ ଶିବ ହିଁ ରୁଦ୍ର ଓ ରୁଦ୍ର ହିଁ ଶିବ। ରୁତମ-ଦୁଃଖମ, ଦ୍ରାଭୟାତି-ନାଶୟତିତିରୁନ୍ଦ୍ର। ଅର୍ଥାତ ରୁଦ୍ର ରୂପରେ ଶିବ ଆମର ସବୁ ଦୁଃଖକୁ ଖୁବ୍ ଶୀଘ୍ର ଶେଷ କରିଦେଇଥାନ୍ତି। ଅର୍ଥାତ ରୁଦ୍ରାଭିଷେକ କରିବା ଦ୍ବାରା ଆମର ଦୁଃଖ ଶେଷ ହୋଇଯାଇଥାଏ। ଯାହା ଦୁଃଖ ଆମେ ସହୁଛୁ ଏହାର କାରଣ ମଧ୍ୟ ଆମେ ଜାଣିନାହୁଁ। ଜାଣତରେ ହେଉ କିବା ଅଜାଣତରେ କରାଯାଇଥିବା ପ୍ରକୃତି ବିରୋଧରେ ବ୍ୟବହାର ପରିମାଣ ସ୍ବରୂପ ଆମେ ଦୁଃଖ ଭୋଗିଥାଉ।

ପୌରାଣିକ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ନାଭିରୁ ବାହାରିଥିବା କମଳରୁ ବ୍ରହ୍ମାଙ୍କର ଉତ୍ପତି ହୋଇଥିଲା। ବ୍ରହ୍ମା ଯେତେବେଳେ ଭଗବାନ ବିଷ୍ଣୁଙ୍କ ପାଖରେ ନିଜର ଜନ୍ମର କାରଣ ପଚାରିବାକୁ ଯାଇଥିଲେ, ସେ ବ୍ରହ୍ମାଙ୍କୁ ତାଙ୍କର ଉତ୍ପତି ରହସ୍ୟ କହିଥିଲେ। ଏହା ସହ କହିଥିଲେ ତାଙ୍କ ଠାରୁ ବ୍ରହ୍ମାଙ୍କର ଉତ୍ପତି ହୋଇଛି। କିନ୍ତୁ ବ୍ରହ୍ମା ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ ଓ ଦୁହିଁଙ୍କ ଭିତରେ ବିପଦଜନକ ଲଢେଇ ହୋଇଥିଲା। ଏହି ଯୁଦ୍ଧରେ ଅସନ୍ତୁଷ୍ଟ ହୋଇ ଭଗବାନ ରୁଦ୍ର ଲିଙ୍ଗ ରୂପରେ ଆର୍ଦିଭାବ ହୋଇଥିଲେ।

ଏହି ଲିଙ୍ଗର ଆଦି ଏବଂ ଅନ୍ତ ଯେତେବେଳେ ବ୍ରହ୍ମା ଓ ବିଷ୍ଣୁଙ୍କୁ ଜଣାପଡିନଥିଲା ଦୁହେଁ ହାରମାନି ଲିଙ୍ଗର ଅଭିଷେକ କରିଥିଲେ। ଯାହାଫଳରେ ଭଗବାନ ଶିବ ଖୁସି ହୋଇଥିଲେ। କୁହାଯାଏ ଯେ ଏହିଠାରୁ ରୁଦ୍ରାଭିଷେକ ଆରମ୍ଭ ହୋଇଥିଲା। ଯେଉଁ ବ୍ୟକ୍ତି ଯେଉଁ ମନକାମନା ନେଇ ରୁଦ୍ରାଭି​‌ଷେକ କରିଥାନ୍ତି ସେ ସେହି ପ୍ରକାର ଦ୍ରବ୍ୟର ବ୍ୟବହାର କରିଥାନ୍ତି। ଅର୍ଥାତ ଯଦି କୌଣସି ବାହାନ ପାଇବାକୁ ଇଛା କରିଥାନ୍ତି, ତେବେ ତାଙ୍କୁ ଦହିରେ ରୁଦ୍ରାଭିଷେକ କରିବାକୁ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking