33.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁରପର୍ଯ୍ୟଟନ କ୍ଷେତ୍ର ‘ଅଶୋକଝର' ବିକାଶ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ପର୍ଯ୍ୟଟନ କ୍ଷେତ୍ର ‘ଅଶୋକଝର’ ବିକାଶ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ

ଯାଜପୁର : ଯାଜପୁର ଜିଲ୍ଲା ପ୍ରାକୃତିକ ପ୍ରଚ୍ୟୁର୍ଯ୍ୟ ଭରା ଓ ଖଣି ଖାଦାନ, ବନ ପାହାଡ଼ , ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ଲୋକ ଲୋଚନକୁ ଆଣିବା ପାଇଁ ଏବେ ଗ୍ରାମ ଉନୟନ, ଗ୍ରାମୀଣ ଦକ୍ଷତା ବିକାଶ ଓ ବୈଷିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତି ରଂଜନ ଘଡେଇ ପ୍ରୟାସ ଜାରି ରଖିଛନ୍ତି । ପ୍ରକୃତି ସଂପଦ ଭରା ସୁକିନ୍ଦା ବ୍ଲକର ଅଶୋକଝର ଠାରେ ଉଦ୍ୟାନ ସହ ପର୍ଯ୍ୟଟକଙ୍କ ରହିବା ନିମନ୍ତେ ପାନ୍ଥଶାଳା,କଟେଜ, ପାର୍କ ଏବଂ ଫାର୍ମ ବନ୍ଧ ଉପରେ ପ୍ରାୟ ୧୦୦ ଏକର ଜାଗାରେ ଇକୋ ଟୁରିଜିମର ବ୍ୟବସ୍ଥା ତାଙ୍କ ଉଦ୍ୟମରେ କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ବିଭିନ୍ନ ମନଲୋଭା କାର୍ଯ୍ୟର କରାଯାଉଛି । ଏହାର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।ଏହି ସ୍ଥଳୀକୁ ସବୁଜିକରଣ ଗମନାଗମନ ପାଇଁ ଭଲ ରାସ୍ତା ସାଙ୍ଗକୁ ସୌନ୍ଦର୍ଯ୍ୟ କରଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି କ୍ଷ ଯାଜପୁର ଜିଲ୍ଲାର ଏକ ପ୍ରସିଦ୍ଧ ପିକନିକ ସ୍ଥଳୀ ହେବ । ରାଜ୍ୟ ତଥା ବାହାର ରାଜ୍ୟର ପର୍ଯ୍ୟଟକ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ସାଜିବ । ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଅଶୋକଝର ନୂଆ ରୂପ ନେଇ ଝଲିସିବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking