28.1 C
Bhubaneswar
Sunday, April 28, 2024
Homeଓଡିଶାଚୋରା ଡିଜେଲ କରବାର ଅଭିଯୋଗରେ ଯୁବକ ଗିରଫ

ଚୋରା ଡିଜେଲ କରବାର ଅଭିଯୋଗରେ ଯୁବକ ଗିରଫ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ମଣ୍ଡାଶିଳା ଗ୍ରାମରେ ବେଆଇନ ଚୋରା ଡିଜେଲ କରବାର ହେଉଥିବା ଅଭିଯୋଗରେ ବାରକୋଟ ଥାନା ପୁଲିସ ଗତକାଲି ବିଳମ୍ବିତ ରାତ୍ରିରେ ରାଜାମୁଣ୍ଡା ଗ୍ରାମର ସୁରେନ୍ଦ୍ର ମହାନ୍ତ (22)ନାମକ ଯୁବକକୁ ଗିରଫ କରିଥିବା ବେଳେ ତା ନିକଟରୁ 23ଟି ବ୍ୟାରେଲରେ ଭର୍ତ୍ତି ଥିବା 2780ଲିଟର ଡିଜେଲ ଜବତ କରିଛି l ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡିଛି l ସୂଚନା ଅନୁଯାୟୀ, 49ନମ୍ବର ଜାତୀୟ ରାଜପଥ ପ୍ରଶସ୍ଥିକରଣ କାର୍ଯ୍ୟ କରୁଥିବା ଠିକା କମ୍ପାନୀ ଓରିଏଣ୍ଟାଲ କନଷ୍ତ୍ରାକ୍ସନରେ ନିୟୋଜିତ ବିଭିନ୍ନ ଭାରୀଯାନ ଗୁଡ଼ିକରୁ ଗତ କିଛି ଦିନରୁ ଡିଜେଲ ଚୋରୀ ହେଉଥିବା କମ୍ପାନୀ କର୍ମଚାରୀ ଜାଣିବାକୁ ପାଇଥିଲେ l ଏନେଇ କମ୍ପାନୀ ପକ୍ଷରୁ କର୍ମଚାରୀ ଗୌତମ ପାତ୍ର ଗତକାଲି ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତ ସମୟରେ ରାଜମୁଣ୍ଡା ଗ୍ରାମର ସୁରେନ୍ଦ୍ର ପାଳଲହଡା ଥାନାଞ୍ଚଳର ଅନ୍ୟ ଜଣେ ଯୁବକ ସହ ମିଶି କମ୍ପାନୀ ଗାଡିରୁ ଚୋରୀ ଡିଜେଲଗୁଡିକୁ ମଣ୍ଡାଶିଳା ଗ୍ରାମଠାରେ ଏକ ଭଡା ଘରେ ବ୍ୟାରେଲ ମଧ୍ୟରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ l ଗତକାଲି ବିଳମ୍ବିତ ରାତ୍ରିରେ ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳେବଳେ ଉକ୍ତ ଭଡା ଘରେ ଚଢଉ କରି ଘର ମଧ୍ୟରେ ଦୁଇଶହ ଲିଟର କ୍ଷମତା ବିଶିଷ୍ଟ ଦଶଟି ଓ ଷାଠିଏ ଲିଟର କ୍ଷମତା ବିଶିଷ୍ଟ ତେରଟି ଡିଜେଲ ଭର୍ତ୍ତି ବ୍ୟାରେଲ ଜବତ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ରକୁ ମଧ୍ୟ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking