34.1 C
Bhubaneswar
Thursday, March 28, 2024
Homeଓଡିଶାଓଡିଶାର ଜମମତ ଏବଂ ଜଜ୍‌ମେଂଟ୍ କୁ ପ୍ରଭାବିତ କରିବା ପାଇଁ ଭିଡିଓ ଭାଇରାଲ କରିଛି ଏସଆଇଟି...

ଓଡିଶାର ଜମମତ ଏବଂ ଜଜ୍‌ମେଂଟ୍ କୁ ପ୍ରଭାବିତ କରିବା ପାଇଁ ଭିଡିଓ ଭାଇରାଲ କରିଛି ଏସଆଇଟି : ଲେଖାଶ୍ରୀ

କାହାଣୀ ଅନୁଯାୟୀ ତଥ୍ୟ ପ୍ରମାଣ ରୋପଣ କରିଛି ଏସଆଇଟି
ଭିଡିଓକୁ କେଉଁ ବ୍ୟକ୍ତି କାହା ନିର୍ଦ୍ଦେଶରେ ଭାଇରାଲ କରିଛି, ସେ ଷଡଯନ୍ତ୍ରର ତଦନ୍ତ ହେବା ନିହାତି ଆବଶ୍ୟକ
ଅଭିଯୁକ୍ତ ନାବାଳକ ସରୋଜ ସେଠୀର ୧୬୪ ରେକର୍ଡ କରାଯାଇନାହିଁ
ତଦନ୍ତ ପ୍ରକ୍ରିୟା ଚାଲିଥିବାବେଳେ ପଚରାଉଚରା ସମୟରେ ଅଭିଯୁକ୍ତର ପ୍ରାଇଭେଟ ଭିଡିଓକୁ ଭାଇରାଲ କରିବା
ଆଇନ ଅସଙ୍ଗତ
ବିଜେଡିର ସଦସ୍ୟ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ ହୋଇଥିବାରୁ ମୁଖ୍ୟ ଅପରାଧୀଙ୍କୁ ସୁରକ୍ଷା ଦେବା ଲାଗି
ରାଜ୍ୟ ସରକାର ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଦାୟିତ୍ୱ ଦେଇଛନ୍ତି
ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଯେଉଁମାନେ ନ୍ୟାୟିକ ପ୍ରକ୍ରିୟାର ଅଙ୍ଗ, ସେମାନେ ଯଦି ଶାସକ ଦଳର
ଚାଟୁକାରିତା ସାଜି ଅସଲ ଅପରାଧୀଙ୍କୁ ଖସାଇଦେବା ପାଇଁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର : ବିଧାନସଭାରେ ଚାଷୀ ସମସ୍ୟା, ସୀମା ବିବାଦ, ଓଡିଶୀ ସୀମାରେ ଆନ୍ଧ୍ର ନିର୍ବାଚନ କରାଇବା,
ଆଇନ ସୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଆଦି ପ୍ରସଙ୍ଗ ଥିବା ସମୟରେ ରାଜ୍ୟ ସରକାର ଜାଣିଶୁଣି ଏସାଇଟିକୁ ଲଗାଇ ପରୀ ହତ୍ୟାକାଣ୍ଡ ସଂପର୍କିତ
ଏକ ଭିଡିଓ ଗଣମାଧ୍ୟମରେ ରିଲିଜ କରାଇଲେ । ଅଭିଯୁକ୍ତ ନାବାଳକ ସରୋଜ ସେଠୀର ୧୬୪ ରେକର୍ଡ କରାଯାଇନାହିଁ । ତଦନ୍ତ ପ୍ରକ୍ରିୟା
ଚାଲିଥିବାବେଳେ ପଚରାଉଚରା ସମୟରେ ଅଭିଯୁକ୍ତର ପ୍ରାଇଭେଟ ଭିଡିଓକୁ ଭାଇରାଲ କରିବା ଆଇନ ଅସଙ୍ଗତ । ଯେତେବେଳେ ମାମଲା
ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି ଏବଂ ମାନ୍ୟବର ସୁପ୍ରିମକୋର୍ଟ ପରୀ ହତ୍ୟକାଣ୍ଡ ସଂକ୍ରାନ୍ତରେ ସିବିଆଇ ଓ ରାଜ୍ୟ
ସରକାରଙ୍କୁ ନୋଟିସ କରିଛନ୍ତି, ସେ ସମୟରେ ଇଂଟରନାଲ ଇଂଟରୋଗେସନ ଫରେନ୍ସିକ ଲ୍ୟାବ ଭିତରେ ଅଭିଯୁକ୍ତର କଥାକୁ ସାର୍ବଜନୀନ
କରିବା ଏବଂ ଏହାକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରଣ କରାଯିବା ସଂପୂର୍ଣ୍ଣ ଭାବେ ବେଆଇନ ଓ ଧର୍ତବ୍ୟ ଅପରାଧ । ଏହା ପୂର୍ବରୁ ପରୀ
ହତ୍ୟାକାଣ୍ଡରେ ଯେତେବେଳେ ଏସଆଇଟି ପ୍ରଥମ ଷ୍ଟାଟର୍ସ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲା ସେସମୟରେ ବନ୍ଦ ଲଫାଫାେରେ ଥିବା
ରିପୋର୍ଟ ମାନ୍ୟବର ହାଇକୋର୍ଟଙ୍କ ପାଖରେ ପହଂଚିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଏହାର ପ୍ରସାରଣ ହୋଇଥିଲା । ଗଣତନ୍ତ୍ର ଏବଂ
ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଏହି ରିପୋର୍ଟ କେବଳ ଯାଂଚ ଏଜେନ୍ସୀ ଓ ହାଇକୋର୍ଟ ମଧ୍ୟରେ ରହିବା କଥା । କିନ୍ତୁ ରାଜ୍ୟ
ସରକାରଙ୍କ ଏସଆଇଟି ଏହାକୁ ଜାଣିଶୁଣି ପୂର୍ବରୁ ପ୍ରଘଟ କରିଥିଲେ ଏବଂ ଗତକାଲିର ଭିଡିଓ ମଧ୍ୟ ଏସଅ।।ଇଟି ପ୍ରଘଟ କରିଛି ବୋଲି
ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ପରୀ ହତ୍ୟାକାଣ୍ଡର ତଦନ୍ତକୁ ବାଟବଣା କରିବା ଏବଂ ବିଧାନସଭାରେ ରାଜ୍ୟ ସରକାରଙ୍କ ଅପାରଗତା ନେଇ ଯେଉଁ ସବୁ ପ୍ରସଙ୍ଗ
ରହିଛି ସେଥିରୁ ଦୃଷ୍ଟି ହଟାଇବା ପାଇଁ ଏସଆଇଟି ସରୋଜ ସେଠୀର ଭିଡିଓ ଭାଇରାଲ କରିଛି । ଏହି ଭିଡିଓକୁ କେଉଁ ବ୍ୟକ୍ତି କାହା
ନିର୍ଦ୍ଦେଶରେ ଭାଇରାଲ କରିଛି ତାହାର ତଦନ୍ତ ହେବା ନିହାତି ଆବଶ୍ୟକ । ଏହି ଷଡଯନ୍ତ୍ରରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ମୁଖା
ଖୋଲିବା ଦରକାର । ଓଡିଶାର ଜମମତ ଏବଂ ଜଜମେଂଟକୁ ପ୍ରଭାବିତ କରିବା ପାଇଁ ଏସଆଇଟି ଏହି ଷଡଯନ୍ତ୍ର ରଚିଛି ବୋଲି
ଡ.ସାମନ୍ତସିଂହାର କହିଛନ୍ତି ।
ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ସଠିକ ଭାବେ ତଦନ୍ତ କରିନାହାଁନ୍ତି । ବୋଥ୍ରା ବାବୁ ଏକ କାହାଣୀ
ରଚନା କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । କାହାଣୀ ଅନୁଯାୟୀ ତଥ୍ୟ ପ୍ରମାଣ ରୋପଣ କରାଯାଇଛି । ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ
କରିବା ପାଇଁ ଏସଆଇଟି ହାତରେ କୌଣସି ପ୍ରମାଣ ନାହିଁ । ଅଧିକ ତଥ୍ୟ ପ୍ରମାଣ ପାଇଁ ସରୋଜ ସେଠୀର ମୋବାଇଲକୁ କୋଲକାତା
ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲେ ମଧ୍ୟ ମୋବାଇଲରୁ କୌଣସି ପ୍ରମାଣ ମିଳିନାହିଁ । ପରୀ ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତକୁ
ଏସଆଇଟି ଗିରଫ ନକରି ନାବାଳକ ସରୋଜ ସେଠୀକୁ ଅପରାଧୀ ସଜାଇବା ପାଇଁ ରାଜ୍ୟ ସରକାର ସମସ୍ତ ଏଜେନ୍ସୀ ଲଗାଇଛନ୍ତି । ପରୀର
ବାପା ମା ଙ୍କ ଅଭିଯୋଗ ଅନୁଯାୟୀ କାହିଁକି ବାବୁଲି ନାୟକକୁ ପୋଲିସ ତଦନ୍ତ ପରିସରଭୃକ୍ତ କରୁନାହିଁ ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ
କରିଛନ୍ତି ।
ବାରମ୍ବାର ପରୀର ମା’ ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକ ଏବଂ ତା’ର ସହଯୋଗୀମାନଙ୍କ ନାଁ କହୁଥିବା
ସମୟରେ ଏସଆଇଟି ସେମାନଙ୍କୁ ତଦନ୍ତ ପରିସରଭୃକ୍ତ ନକରି ସେମାନଙ୍କୁ ପରୀ ହତ୍ୟାକାଣ୍ଡ ଘଟଣାର ସାକ୍ଷୀ ବନାଇ ୧୬୪ ବୟାନ
ରେକର୍ଡ କରିଛି । କିନ୍ତୁ ସେମାନଙ୍କୁ ଏହି ଘଟଣାରେ ତଦନ୍ତ ପରିସରଭୃକ୍ତ କରୁନାହିଁ । ଏମାନେ ବିଜେଡିର ସଦସ୍ୟ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ
ପାଖ ଲୋକ ହୋଇଥିବାରୁ ଏହି ଅପରାଧୀଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କୁ ଦାୟିତ୍ୱ ଦେଇଛନ୍ତି ।
ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଯେଉଁମାନେ ନ୍ୟାୟିକ ପ୍ରକ୍ରିୟାର ଅଙ୍ଗ, ସେମାନେ ଯଦି ଶାସକ ଦଳର ଚାଟୁକାରିତା ସାଜି ଅସଲ
ଅପରାଧୀଙ୍କୁ ଖସାଇଦେବା ପାଇଁ ଷଡଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଉପରୁ ଜନସାଧାରଣଙ୍କ ଆସ୍ଥା
ଉଠିଯିବ ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking