28.1 C
Bhubaneswar
Saturday, April 27, 2024
Homeଓଡିଶାଜୀବନ ଏବଂ ଜିବୀକାର ସୁରକ୍ଷା ପାଇଁ ଭୂବନେଶ୍ୱରରେ ସି.ପି.ଆଇ.(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ

ଜୀବନ ଏବଂ ଜିବୀକାର ସୁରକ୍ଷା ପାଇଁ ଭୂବନେଶ୍ୱରରେ ସି.ପି.ଆଇ.(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ସି.ପି.ଆଇ.(ଏମ୍‌) ପଲିଟ୍ ବ୍ୟୁରୋର ଆହ୍ୱାନ କ୍ରମେ ଭୁବନେଶ୍ୱରରେ ସି.ପି.ଆଇ.(ଏମ୍‌) ଭୁବନେଶ୍ୱର ଆଞ୍ଚଳିକ କମିଟି ତରଫରୁ ମାଷ୍ଟ୍ରକ୍ୟାଣ୍ଟିନ ୍ ଛକ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୀବନ ଏବଂ ଜିବୀକାର ସୁରକ୍ଷା ପାଇଁ ୮ ଦଫା ସମ୍ବଳିତ ଦାବି ଉପରେ ଏହି ବିକ୍ଷୋଭ ଆୟୋଜନ ହୋଇଥିଲା । ପ୍ରତି ପରିବାରକୁ ମୁଣ୍ଡ ପିଛା ୧୦ କେଜି ଚାଉଳ/ଗହମ ଛଅ ମାସ ପର୍ଯ୍ୟନ୍ତ ମାଗଣାରେ ପ୍ରଦାନ, ଆୟକର ପରିସର ଭୁକ୍ତ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ୭୫୦୦ଟଙ୍କା ୬ ମାସ ପାଇଁ ନଗଦ ଭାବେ ପ୍ରଦାନ କରିବା, ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଆଇନ୍ (MGNREGA) ରେ ବାର୍ଷିକ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୬୦୦ ଟଙ୍କା ପ୍ରଦାନ କରିବା, ସହରାଞ୍ଚଳ ପାଇଁ ମଧ୍ୟ ଅନୁରୂପ ଯୋଜନା କରି କାମ ଯୋଗାଇବା, ସମସ୍ତ ପ୍ରବାସୀ ଶ୍ରମିକ ଓ ବେକାରଙ୍କୁ ନିଯୁକ୍ତି ନତୁବା ବେକାରୀ ଭତ୍ତା ପ୍ରଦାନ, ବନ୍ୟାଞ୍ଚଳ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେବା, ସମସ୍ତଙ୍କର କୋଭିଡ୍ ପରୀକ୍ଷା କରିବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହିତ ଭାରତୀୟ ସମ୍ବିଧାନକୁ ସୁରକ୍ଷା କରିବା ଏବଂ ନାଗରିକମାନଙ୍କ ଅଧିକାର ଉପରେ ଆକ୍ରମଣ ବନ୍ଦ କରିବା ଇତ୍ୟାଦି ୮ ଦଫା ଦାବି ଉପସ୍ଥାପିତ କରାଯାଇଛି ।
ସି.ପି.ଆଇ.(ଏମ୍‌) ତରଫରୁ ଉଦ୍‌ବେଗ ପ୍ରକାଶ କରି କୁହାଯାଇଛି ଯେ କରୋନା ମହାମାରୀର ସଂକ୍ରମଣ ଯେଉଁଭଳି ଭାବେ ଦ୍ରୃତ ଗତିରେ ବଢୁଛି ଏବଂ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅସହାୟ ଅବସ୍ଥାକୁ ଚାଲିଯାଇଛି, ଏହା ଦ୍ୱାରା ସାଧାରଣ ମଣିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସବୁଠାରୁ ବିପନ୍ନ ହୋଇ ପଡିଛି । ଜନସାଧାରଣଙ୍କ ପାଖରେ ଜୀବନ ରକ୍ଷା ଏବଂ ଜୀବିକା ରକ୍ଷା ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି । ଏହି ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଜନଗଣଙ୍କ ଉପରେ ବୋଝ ହେଉଥିବା ସମସ୍ତ ଜନ ବିରୋଧୀ ନୀତି ଏବଂ ନିର୍ଦ୍ଦେଶରୁ ନିବୃତ ରହି ସରକାର ସମସ୍ତ ଶକ୍ତି ଜୀବନ ଏବଂ ଜୀବିକାର ସୁରକ୍ଷା ଦିଗରେ ବିନିଯୋଗ କରିବା ପାଇଁ ସି.ପି.ଆଇ.(ଏମ୍‌) ଦୃଢ ଭାବେ ଦାବି କରିଛି ।
ଆଜିକାର ଏହି ଆନ୍ଦୋଳନରେ ସି.ପି.ଆଇ.(ଏମ୍‌) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ସି.ପି.ଆଇ.(ଏମ୍‌) ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ପାଦକ ରାମଚନ୍ଦ୍ର ତ୍ରିପାଠୀ , ରାଜ୍ୟ କମିଟି ସଭ୍ୟ ସାଲ ମାର୍ଣ୍ଡି ସମେତ ଜଗଦୀଶ୍ ଜେନା, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ପ୍ରଦୀପ୍ତ ନାୟକ, ବିମଳୀ ନାୟକ, ପ୍ରମୁଖ ସି.ପି.ଆଇ.(ଏମ୍‌)ର ଭୁବନେଶ୍ୱର ର ନେତୃବୃନ୍ଦ ଅଂଶ ଗ୍ରହଣ କରି ନେତୃତ୍ୱ ନେଇଥିଲେ । କେନ୍ଦ୍ର ସରକାର ଜନ ଜୀବନର ଏହି ଜ୍ୱଳନ୍ତ ସମସ୍ୟା ଉପରେ ନିର୍ଦ୍ଦିଷ୍ଟ ଆଶୁ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି
ସି.ପି.ଆଇ.(ଏମ୍‌) ନେତୃବୃନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking