29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ….

ମେଷ : ଆଜି ବ୍ୟବସାୟରେ ନିଜ ଲୋକମାନେ ହଇରାଣ କରିବେ । ସ୍ୱାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ମହିଳାମାନେ ସତର୍କ ରୁହନ୍ତୁ ।

ବୃଷ : ଆର୍ଥିକ ଅବସ୍ଥ୍ୟ ସ୍ୱଚ୍ଛଳ ରହିବ । ପରିବାରରେ ଭାତୃବିବାଦ ଲାଗିରହିବ । ନିଜ କାର୍ଯ୍ୟରୁ ଫାଇଦା ଉଠାଇବେ । ଆର୍ଥିକ ଭାବନାରେ ଶାନ୍ତି ପାଇବେ । ମହିଳାମାନେ ବିଦ୍ୟାର୍ଥୀଙ୍କୁ ସମର୍ଥନ କରିବେ ।

ମିଥୁନ : କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ କରିବେ । ଗୃହ ସଜ୍ଜାରେ ସମୟ ଦେବେ । କାର୍ଯ୍ୟକୁ ଆଗେଇ ନେବେ । ଗୃହରେ ମତାନ୍ତର ଘଟିବ । ବ୍ୟବସାୟ ପାଇଁ ଆଲୋଚନା କରିବେ । ଅନ୍ୟକୁ ସାହାଯ୍ୟ କରିବେ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

କର୍କଟ : ବ୍ୟବସାୟରେ ଲାଭବାନ ହେବେ । ଶରୀର ସୁସ୍ଥ ରହିବ । ବାଣିଜ୍ୟକ ସାହାଯ୍ୟ ପାଇବେ । କର୍ମକ୍ଷେତ୍ରର ପରିସୀମା ବୃଦ୍ଧିପାଇବ । ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ ।

ସିଂହ : ଆଜି ଗୃହରେ ବହୁଦିନର କଥା ଆଲୋଚନା ହେବ । ପରିସ୍ଥିତି ଲାଭପ୍ରଦ ହେବ । କର୍ମବନ୍ଧନ ଯୋଗ ପ୍ରାପ୍ତ ହେବ । ମନ୍ଧୁମେଳରେ ମତାନ୍ତର ଘଟିବ । ଆୟ ଯୋଗ ଅଛି ।

କନ୍ୟା: ଆଜି କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । କ୍ଳାନ୍ତି ଓ ଅବସାନ୍ନ ରହିବେ । ହଠାତ ଗୃହରେ ଝାମେଲା ଦେଖାଦେବ । ମାଆଙ୍କ ମନରେ ଆଘାତ ଦେଇପାରନ୍ତି ।

ତୁଳା: ଆଜି ନୂଆ ନୂଆ କାର୍ଯ୍ୟପନ୍ଥା ପ୍ରତି ଆଗ୍ରହ ବଢ଼ିବ । ବନ୍ଧୁ ସହଯୋଗ ମିଳିବ । ମାନସିକ ସ୍ଥିତି ସୁଧାର ଆସିବ । କାର୍ଯ୍ୟ ସଫଳତା ହେବେ । ଲୋକ ସମ୍ପର୍କ ବଢ଼ିପାରେ । ପ୍ରେମରେ ସଫଳତା ଲାଭ କରିବେ।

ବିଛା : ଆଜି ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ । ନିରବ ଦ୍ରଷ୍ଟା ସାଜିବେ । ମାନସିକ ଶାନ୍ତି ପାଇବେ । ଦୈନଦିନ କାର୍ଯ୍ୟରେ ଲାଗିବେ । ଆଶା ସଫଳ ହେବ । ଧର୍ମ କାର୍ଯ୍ୟରେ ଲାଗି ରହିବେ । ମହିଳାମାନେ ଦୂର ଯାଗାକୁ ଯିବେ ।

ଧନୁ : ଉଦବେଗ ଦୂରେଇଯିବ । ଯାତ୍ରାକଲେ ଲାଭବାନ ହେବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି । ଅନିଶ୍ଚିତତା ଅନୁଭବ କରିବେ । ମହିଳା ଓ ବିଦ୍ୟାର୍ଥୀମାନେ ଜଗି ରଖି ଚଳିବେ ।

ମକର: ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ଉପୁଜିବ । କାର୍ଯ୍ୟକରି ସନ୍ତୋଷ ହେବେ । ଆତ୍ମୀୟମାନଙ୍କୁ ସମର୍ଥନ କରିପାରନ୍ତି । କ’ଣ କରିବେ କିଛି ସ୍ଥିର କରିପାରିବେ ନାହିଁ ।

କୁମ୍ଭ: ମନରେ ଆନନ୍ଦ ପାଇବେ । ଅର୍ଥାଭାବରୁ ଶାନ୍ତି ମିଳିବ । ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି । ବନ୍ଧୁ ସହଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଆନନ୍ଦ ପାଇବେ ।

ମୀନ: ଆଜି ସତ୍‌ସଙ୍ଗରେ ଯୋଗଦେଇ ଖୁସି ହେବେ । ଆଲୋଚନାରୁ ଉପକାର ମିଳିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଚାକିରିରେ ଭ୍ରମଣ ଯୋଗ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking