28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କଲେ ସିଏମ କେଜ୍ରିୱାଲ

ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାରର ଉଦଘାଟନ କଲେ ସିଏମ କେଜ୍ରିୱାଲ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧ ଜିତିବା ପାଇଁ ଦିଲ୍ଲୀ ସରକାର କନଟ ପ୍ଲେସରେ ଏକ ସ୍ମଗ ଟାୱାର ନିର୍ମାଣ କରିଛନ୍ତି । ଆଜି ଏହାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଦ୍ଘାଟନ କରିଥିଲେ । ଏହି ସମୟରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହି ଅବସରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପ୍ରଦୂଷଣର ମୁକାବିଲା ତଥା ଦିଲ୍ଲୀର ବାୟୁକୁ ସଫା କରିବା ପାଇଁ ଆଜି ଦିଲ୍ଲୀରେ ଦେଶର ପ୍ରଥମ ସ୍ମଗ ଟାୱାର ସ୍ଥାପନ କରାଯାଇଛି । ଆମେ ଏହି ଟେକ୍ନୋଲୋଜିକୁ ଆମେରିକାରୁ ଆମଦାନି କରିଛୁ । ଏହି ଟାୱାରଟି 24 ମିଟର ଉଚ୍ଚ ଏବଂ ଏହା 1 କିଲୋମିଟର ବ୍ୟାସାର୍ଦ୍ଧ ବାୟୁକୁ ସଫା କରିବ । ଦିଲ୍ଲୀ ସରକାର ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରସ୍ତୁତ କରିଛନ୍ତି । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଆଗାମୀ ସମୟରେ ସମଗ୍ର ଦିଲ୍ଲୀରେ ସ୍ମଗ ଟାୱାର ସ୍ଥାପନ କରାଯିବ । ଅକ୍ଟୋବର, 2020 ରେ ଦିଲ୍ଲୀ କ୍ୟାବିନେଟ୍ ଏହି ସ୍ମଗ୍ ଟାୱାରକୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଅନୁମୋଦନ କରିଥିଲା, କିନ୍ତୁ କରୋନା ମହାମାରୀ ଯୋଗୁଁ ଏହା ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ, ସ୍ମଗ୍ ଟାୱାରର କମିଶନ ପରେ ଏହାର ପ୍ରଭାବ ଜାଣିବା ପାଇଁ ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ଏହାକୁ ଅଧ୍ୟୟନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking