30.1 C
Bhubaneswar
Friday, April 26, 2024
Homeଓଡିଶାଅନାସ୍ଥାରେ ପରାଜିତ ଅଧ୍ୟକ୍ଷା

ଅନାସ୍ଥାରେ ପରାଜିତ ଅଧ୍ୟକ୍ଷା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିରେ ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି ଅଧ୍ୟକ୍ଷା ରିନା ବେହେରା । ଦିର୍ଘ ୧୦ ମାସ ପ୍ରତିକ୍ଷା ପରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ହିନ୍ଦୋଳ ବ୍ଲକ୍‌ରେ ଆରମ୍ଭ ହୋଇଛି ରାଜନୀତିର ନୂତନ ଅଙ୍କ କଷା ।
ମିଳିଥିବା ସୁଚନା ମୁତାବକ, ୨୦୧୮ ମସିହାରେ ଅନୁଷ୍ଠିତ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ୧୩, ବିଜେପି ୧ ଏବଂ ସ୍ୱାଧିନ ୨ କାଉନସିଲର ନିର୍ବାଚିତ ହୋଇଥିଲେ । ଏଠାରେ କଂଗ୍ରେସ ଖାତା ଖୋଲି ପାରି ନଥିଲା ।

ସର୍ବସମ୍ମତି କ୍ରମେ ୫ ନଂ ୱାର୍ଡର କାଉନସିଲର ରିନା ବେହେରା ବ୍ଲକ୍ ଅଧ୍ୟକ୍ଷା ହୋଇଥିଲେ । ଦୁଃଖର ବିଷୟ ଅଧ୍ୟକ୍ଷାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ୧୧ ଜଣିଆ କାଉନସିଲର ଏବଂ ଜଣେ ସ୍ୱାଧିନ ଏକତ୍ରିତ ହୋଇ ନଭେମ୍ବର ୨୦୨୦ ମସିହାରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହା ପରେ ଅଧ୍ୟକ୍ଷା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଫଳାଫଳ ଘୋଷଣା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ ।

ଏନଏସି କାର୍ଯ୍ୟାଳୟରେ ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ଫଳାଫଳ ଘୋଷଣା ହୋଇ ନଥିଲା ।
ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ହିନ୍ଦୋଳ ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥାର ଫଳାଫଳ ଘୋଷଣାର ବାଟ ଖୋଲିଯାଇଥିଲା । ଗତକାଲି ପୁର୍ବାହ୍ନ ସମସୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ଦ ଭୋଟ ବାକ୍ସ ଖୋଲା ଯାଇଥିଲା । ଏହି ଗଣତିରେ ଅଧ୍ୟକ୍ଷ ଠିମା ବେହେରା ମଧ୍ୟବିତକାଳିନ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି । ମାତ୍ର ୬ ମାସ ମଧ୍ୟରେ ପୁନର୍ବାର ଅଧ୍ୟକ୍ଷ ନିର୍ବାଚନ ହେବ ବୋଲି ଉପଜିଲ୍ଲାପାଳ ସୁଚନା ଦେଇନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking