27.1 C
Bhubaneswar
Sunday, January 23, 2022
Homeଓଡିଶାଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୁଳ

ଲକ୍ଷ୍ମୀପୂଜା ପାଇଁ ମାଟି ଅନୁକୁଳ

ଢେଙ୍କାନାଳ : ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ନିମନ୍ତେ ସହର ଅଧିକାଂଶ ପୂଜା ପ୍ରତିଷ୍ଠାନ ଗୁଡିକ ମାଟି ଅନୁକୁଳ କରିଛନ୍ତି । ପୁର୍ବାହ୍ନ ସମୟରେ ଢେଙ୍କାନାଳ ସହର ଉପକଣ୍ଠର ମହାବୀର ବଜାର, ଲକ୍ଷ୍ମୀବଜାର, ବସ୍‌ଷ୍ଟାଣ୍ଡ ପୁଜା ପ୍ରତିଷ୍ଠାନର କର୍ମକର୍ତାମାନେ ବ୍ରାହ୍ମଣୀ ନଦୀ କୁଳରୁ ମାଟି ଅନୁକୁଳ କରିଥିଲେ । ଠିକ୍ ସେହିପରି ବାଜିଚୈାକ ପୁଜା ପ୍ରତିଷ୍ଠାନ ତରଫରୁ ସୁଆରି ନାଳରୁ, ଜୁବୁଲି ଟାଉନ – ୧ ପୁଜା ପ୍ରତିଷ୍ଠାନ ପକ୍ଷରୁ ଯାଁଉଳି ପୋଖରିରୁ, ଗୁଡିଆନାଳି ପୁଜା ପ୍ରତିଷ୍ଠାନ ତରଫରୁ କୁଞ୍ଜକାନ୍ତ ପୋଖରୀରୁ ମାଟି ଅନୁକୁଳ କରିଥିଲେ । ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ମା’ଙ୍କ ଆରାଧନା କରାଯିବ ବୋଲି ନିଷ୍ପତି ହୋଇଥିବା ଜଣାପଡିଛି । ତେବେ ସ୍ୱଭାବିକ ଉଚ୍ଚତା ଭିତରେ ମୃତି ନିର୍ମାଣ କରିବା ପାଇଁ ପୁଜା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେବେ ଢେଙ୍କାନାଳ ଜିଲ୍ଲାର ପରମ୍ପରା, ସଂସ୍କୃତିର ସୁରକ୍ଷା ଲାଗି ପ୍ରଶାସନ ଏହାକୁ ଗୁରୁତ୍ୱ ଦେବାକୁ ପ୍ରତିଷ୍ଠାନ ତରଫରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking