29.1 C
Bhubaneswar
Saturday, April 27, 2024
Homeଓଡିଶାକେବେ ଲୋପ ପାଇବ କରୋନା ଭୂତାଣୁ କହିଲେ ' ହୁ '

କେବେ ଲୋପ ପାଇବ କରୋନା ଭୂତାଣୁ କହିଲେ ' ହୁ '

ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ମହାମାରୀ ନେଇ ଏକ ନୂତନ ତଥ୍ୟ ରଖିଛି । ସଂଗଠନ ପକ୍ଷରୁ ମହାମାରୀର କେତେ ସମୟ ମଧ୍ୟର କମିବ ସେନେଇ ସୂଚନା ଦିଆଯାଇଛି ।
ଜେନିଭାଠାରେ ସଂଗଠନର ମୁଖ୍ୟ ଟ୍ରେଡସ ଆଧାନମ ଗେବ୍ରେସସ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷରୁ କମ ସମୟ ମଧ୍ୟରେ କରୋନା ଭାଇରସ ଲୋପ ପାଇଯିବାର ସମ୍ଭାବନା ରହିଛି । ୧୯୧୮ରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନା ଭାଇରସକୁ ଶୀଘ୍ର ନିୟନ୍ତ୍ରଣ କରିହେବ ।
ସେ କହିଛନ୍ତି ଯେ ବର୍ତ୍ତମାନ ସମୟ ତୁଳନାରେ ସ୍ପାନିଶ ଫ୍ଲୁ ସମୟରେ (୧୯୧୮)ରେ ସ୍ଥିତି ସୁବିଧାଜନକ ଥିଲା, କାରଣ ସେତେବେଳେ ଜଗତିକରଣ ହୋଇନଥିଲା, ବିଶ୍ୱରେ ଗମନାଗମନ ବ୍ୟବସ୍ଥା ଉନ୍ନତି ହୋଇନଥିଲା । ଏହି କାରଣରୁ ସ୍ପାନିଶ ଫ୍ଲୁ ବିଶ୍ୱର ସବୁ ଦେଶକୁ ବ୍ୟାପିପାରି ନଥିଲା । କିନ୍ତୁ ଆଜାକାଲି ଜଗତିକରଣ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଯୋଗୁଁ ଦ୍ରୁତ ଗତିରେ ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିଯାଇଥିଲା । ତେବେ ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନ ଓ ଟେକନଲୋଜୀରେ ଉନ୍ନତି ଯୋଗୁଁ ରୋଗକୁ ଶୀଘ୍ର ନିୟନ୍ତ୍ରଣ କରିବା ସମ୍ଭବ ହେଉଛି । ଉନ୍ନତ ଟେକନଲୋଜୀକୁ ବ୍ୟବହାର କରି ଆମେ ଟିକା, ଔଷଧ ଆଦି ତିଆରି କରିପାରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking