38.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ କମୁଛି ଦୁର୍ଘଟଣା ହାର

ରାଜ୍ୟରେ କମୁଛି ଦୁର୍ଘଟଣା ହାର

ଭୁବନେଶ୍ୱର : ରାଜ୍ୟରେ କମୁଛି ଦୁର୍ଘଟଣା ହାର । ମୋଟର ଯାନ ଆଇନ ଅନୁଯାୟୀ , ଓଡ଼ିଶାରେ ଦୁର୍ଘଟଣା ହାର ଏବେ କମିବାକୁ ଲାଗିଛି । ପୂର୍ବ ବର୍ଷର ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ତୁଳନାରେ ଏବର୍ଷର ହାର କମ୍ ରହିଛି ବୋଲି ରାଜ୍ୟ ପରିବହନ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ , ରାସ୍ତା ଦୁର୍ଘଟଣାରେ ୩୫୫ଟି କେସ୍ ବା – ୯.୯୩ %କମ୍ ରହୁଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁ ୨୦୧ ଟି କେସ୍ ବା -୧୨.୨୯% କମିଯାଇଛି ।
ଗତ ବର୍ଷ ସେପ୍ଟେମ୍ବର ୧ ତାରିଖରେ ମୋଟରଯାନ ଆଇନ ସମଗ୍ର ଦେଶରେ ଲାଗୁ କରାଯାଇଥିଲା । । ୨୦୧୮ ମସିହା ସେପ୍ଟେମ୍ବର ରୁ ଡ଼ିସେମ୍ବର ମାସରେ ୩୫୭୩ ଟି ଦୁର୍ଘଟଣା ହୋଇଥିବା ବେଳେ ୧୬୩୫ଟି ମୃତ୍ୟୁ ଓ ୩୯୧୦ ଟି କେସ୍ ଗୁରୁତର ଆହତ ଓ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ ୨୦୧୯ ମସିହା ସେପ୍ଟେମ୍ବର ରୁ ଡ଼ିସେମ୍ବର ମାସରେ ୩୨୧୮ ଟି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୪୩୪ ଜଣଙ୍କର ମୃତ୍ୟୁ ଓ ୩୩୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସେହିପରି ୨୦୨୦ ମସିହା ଜାନୁୟାରୀ ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିବା ଦୁର୍ଘଟଣା ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୧୭୭ ଟି ବା -୫.୭୮% କମ୍ ରହିଛି ଓ ମୃତ୍ୟୁ ସଂଖ୍ୟା ୨୨୭ ଟି ବା – ୧୪.୩୬ଟି କମ୍ ରହିଛି ବୋଲି ରାଜ୍ୟ ପରିବହନ ମନ୍ତ୍ରାଳୟ ତରଫରୁ ଟୁଇଟ କରି କୁହାଯାଇଛି

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking