26.1 C
Bhubaneswar
Tuesday, May 7, 2024
Homeଓଡିଶାଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ବର: ବାତିଲ୍ ହେବନି ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା ।  ଏନେଇ ଆଜି ତାଜା ସୂଚନା ଦିଆଯାଇଛି ।  ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରେ ବିପିୟୁଟି ଅନଲାଇନ ପରୀକ୍ଷା ହେବ ।  ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ମିଳିଛି ।  ତେବେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ଅଫ ଲାଇନରେ ବି ପରୀକ୍ଷା ଦେଇପାରିବେ । ହେଲେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫଲାଇନରେ ପରୀକ୍ଷା କରାଯିବ । ପରୀକ୍ଷା ହେବା ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।
ତେବେ ସୂଚନାେଯାଗ୍ୟ, ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଲକ୍ଷାଧିକ ସଂଖ୍ୟାରେ ପ୍ରବୀସୀମାନେ ରାଜ୍ୟକୁ ଫେରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ଅନେକ ପରୀକ୍ଷା ବାତିଲ୍ କରାଯାଇତିବା ବେଳେ ସେ ନେଇ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଉଛି ।
https://onakhabar.com/2020/06/12/112-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking