26.1 C
Bhubaneswar
Friday, March 29, 2024
Homeଓଡିଶାପୋଲିସ ହାବିଲଦାରଙ୍କୁ କରୋନା

ପୋଲିସ ହାବିଲଦାରଙ୍କୁ କରୋନା

ମାଲକାନଗିରି : ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ । ହାବିଲଦାର ଜଣକ ମୋଟୁ ବର୍ଡ଼ର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିଲେ । କରୋନାେ ପଜିଟିଭ ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ଥାନାର ସମସ୍ତ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟଜୋନ ଭାବରେ ଘୋଷଣା କରାଯାଇଛି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ହାବିଲଦାରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଷୟରେ ଏସ୍ ପି ସୂଚନା ଦେଇଛନ୍ତି ।
ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିଓ ଅନ୍ୟ ୪ ଜଣ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ , ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୦ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୩୫୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୧୩୧ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking