30.1 C
Bhubaneswar
Friday, April 26, 2024
Homeଓଡିଶାହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଯୁବକର ସନ୍ଦେହଜନ ମୃତ୍ୟୁ

ଯାଜପୁର : ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗ୍ରାମରେ । ମୃତକ ହେଲେ ଦେଓଦା ଗ୍ରାମର ସୁରେଶ ସାହୁ ।
ସୂଚନା ଅନୁଯାୟୀ, ସୁରେଶ ଚେନ୍ନାଇର ଏକ ହୋଟେଲରେ କାମ କରୁଥିଲେ । ସଂପ୍ରତି କରୋନା ଯୋଗୁ ସେ ଗତ ମାସ ୧୮ ତାରିଖରେ ଘରକୁ ଫେରିଥିଲେ । ବାହାର ରାଜ୍ୟରୁ ଆସିଥିବା ହେତୁ ୨୦ତାରିଖରେ ତାଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କର କୈାଣସି ଲକ୍ଷଣ ନଥିବା ବେଳେ ୧୪ଦିନ ରହିବା ପରେ ଗାଁରେ ବୁଲାବୁଲି କରିଥିଲେ । ଏହାକୁ ନେଇ ସୁରେଶଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ପୁନର୍ବାର ତାଙ୍କର ଚିକିତ୍ସା କରାଯିବା ସହ ତାଙ୍କୁ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ରବିବାରେ ରାତିରେ ଘର ନିକଟ ବାଡିରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ସୋମବାର ଭୋରରୁ ଦେଖିବାକୁ ପାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗ୍ରାମବାସୀଙ୍କୁ ଦାୟୀ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପଟେ ସ୍ଥାନୀୟ ସରପଂଚ ଏଭଳି ଘଟଣାର ପ୍ରକୃତ ତଦନ୍ତ କରାଯାଇ ଉକ୍ତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତକଙ୍କ ପରିବାରର ଅଭିଯୋଗକ୍ରମେ ପୋଲିସ ଗ୍ରାମର ୪/୫ଜଣ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking