25.1 C
Bhubaneswar
Thursday, May 9, 2024
Homeଓଡିଶାଅନୁଗୁଳସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ

ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ହାତୀର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ ବୋଲି ସୂଚନା ମିଳିଛି। ଏନେଇ ଆରସିସିଏଫ୍ ସୂଚନା ଦେଇଛନ୍ତି। ହାତୀର ଶିକାର ଲାଗି ଶିକାରୀମାନେ ବିଦ୍ୟୁତ୍ ତାରରେ ଫାସ ପକାଇଥିଲେ। ଆଉଏଥିରେ ଛନ୍ଦି ହୋଇ ହାତୀର ପ୍ରାଣହାନି ଘଟିଥିବା କୁହାଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗ୍ରାମ ବଡ଼ଝରଠାରେ ଏକ ଦନ୍ତାହାତୀ ମରି ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ। ତେବେ ଏହି ଦନ୍ତାହାତୀଟି ମଧ୍ୟବୟସ୍କ ହୋଇଥିବା ବେଳେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଯାଇଥିବା ତାରରେ ଲାଗି ଏହି ଦନ୍ତାହାତୀଟିର ଜୀବନ ଯାଇଛି। ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ଡ଼ଃ ସରୋଜ ପଣ୍ଡା,ଏସିଏଫ ଶୁଭେନ୍ଦୁ ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking