30.1 C
Bhubaneswar
Monday, May 20, 2024
Homeଓଡିଶାବିନା ଟିକଟରେ ରେଳଯାତ୍ରା ୬୯ ଗିରଫ

ବିନା ଟିକଟରେ ରେଳଯାତ୍ରା ୬୯ ଗିରଫ

କଟକ: ବିନା ଟିକଟରେ ରେଳଯାତ୍ରା କରୁଥିବା ୬୯ ଜଣଙ୍କୁ ଗିରଫ କରାଯାଇଛି । କଟକ ରେଲ ଷ୍ଟେସନରେ ଆରପିଏଫ ପକ୍ଷରୁ ଜୋରଦାର ଧରପଗଡ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ ପ୍ଲାଟଫର୍ମରେ ଯାତ୍ରୀଙ୍କ ଟିକଟ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୬୯ ଜଣ ଧରାପଡିଥିଲେ । ଏମାନେ ଟିକଟ ନକରି ବିଭିନ୍ନ ଟ୍ରେନରେ ନିଜ ଯାତ୍ରା କରୁଥିଲେ । ଧରାପଡିଥିବା ଅନେକ ବ୍ୟକ୍ତି ଟ୍ରେନରେ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଚ ଏବଂ ସିଟରେ ବସିଥିଲେ ।

ତେଣୁ ସମସ୍ତ ନିୟମ ଖିଲାପକାରୀଙ୍କୁ ଆରପିଏଫ ଗିରଫ କରିଥିଲା । ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଗିରଫ ବ୍ୟକ୍ତିମାନେ ରେଳବାଇ ନିୟମ ମୁତାବକ ଜୋରିମାନା ଭରି ଛାଡ ପାଇଥିଲେ । ତେବେ ଆଗାମୀ ଦିନରେ ଏପରି ଅଭିଯାନକୁ ଆହୁରି ଜୋରଦାର କରାଯିବ । ମାଗଣା ରେଳଯାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରପିଏଫ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking