30.1 C
Bhubaneswar
Monday, May 20, 2024
Homeଓଡିଶାଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପ୍ରଧାନ ଶୀକ୍ଷକ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପ୍ରଧାନ ଶୀକ୍ଷକ

ଭୁବନେଶ୍ୱର : ମାର୍ଟିକ ବୋର୍ଡ ସାର୍ଟିଫିକେଟ ଦେବାକୁ ବେଆଇନ ଭାବେ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସ୍କୁଲ ପ୍ରଧାନ ଶୀକ୍ଷକଙ୍କୁ ରାଉରକେଲା ଭିଜିଲାନ୍ସ ଗିରଫ କରିଛି । ସେ ହେଲେ ସୁନ୍ଦରଗଡ ଜିଲା କୁମଝରିଆ ଏସସି ଏସଟି ଡେଭଲପମେଣ୍ଟ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶୀକ୍ଷକ ସଞ୍ଜୟ ସାମଲ । ଏ ନେଇ ରାଉରକେଲା ଭିଜିଲାନ୍ସ ଟିମ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ସୂଚନା ମୁତାବକ ଅଭିଯୋଗକାରୀ ଜଣଙ୍କ ଅର୍ଥିକ ସ୍ଥିତ ଭଲ ନଥିା ବେଳେ ନିକଟରେ ତାଙ୍କ ଝିଅ ଦଶମ ପାସ କରଥିଲା । ହେଲେ ଅଭିଯୁକ୍ତ ପ୍ରଧାନ ଶୀକ୍ଷକ ସଞ୍ଜୟ ତାଙ୍କୁ ବୋର୍ଡ ସାର୍ଟଫିକେଟ, ମାର୍କସିଟ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଏ ନେଇ ଭଜିଲାନ୍ସରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବା ନେଇ ଭିଜିଲାନ୍ସ ପକ୍ଷରୁ ଜାଲ ବସାଯାଇଥିଲା । ଶୁକ୍ରବାର ଅଭିଯୁକ୍ତ ପ୍ରଧାନ ଶୀକ୍ଷକ ଟ୧୨ ହଜାର ଟଙ୍କା ନେଉଥିବା ବେଳ ଭିଜିଲାନ୍ସ ମାଡି ବସିଥିଲା । ଆଉ କେମିକାଲ ଯାଞ୍ଚରୁ ସେ ଲାଞ୍ଚ ନେଉଥିବା ସ୍ପଷ୍ଟ ହୋଇଥିଲା । ଭଜିଲାନ୍ସ ଟିମ ଅଭିଯୁକ୍ତ ସଞ୍ଜୟଙ୍କ ଘର ଓ କାର୍ଯ୍ୟାଳରେ ଚଢାଉ କରିବା ସହ ପଚରା ଉଚରା ପରେ କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking