28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମରିଗଲା ମାନବିକତା: ମା’ର ମୃତଦେହକୁ ୫ ଘଣ୍ଟା ଧରି ରହିଲା ୫ ବର୍ଷର ଶିଶୁ

ମରିଗଲା ମାନବିକତା: ମା’ର ମୃତଦେହକୁ ୫ ଘଣ୍ଟା ଧରି ରହିଲା ୫ ବର୍ଷର ଶିଶୁ

ପାଟନା: ମା’ର ମୃତଦେହକୁ ୫ ଘଣ୍ଟା ଧରି ରହିଲା ୫ ବର୍ଷୀୟ ଶିଶୁ । ଏପରି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରୁଥିବା ବେଳେ କେହି ଆଗକୁ ଆସି ନଥିଲେ। ନା ସେଠାରେ ଥିବା କେହି ବ୍ୟକ୍ତି ବିଶେଷ ନାଁ କାର୍ଯ୍ୟରତ କର୍ମଚାରୀ । ଏପରି ଏକ ହୃଦୟ ବଦାରକ ଘଟଣା ଦେଖିବାକୁ ମିିଳିଛି ବିହାରର ଭାଗଲପୁର ରେଳ ଷ୍ଟେସନରେ । ପ୍ରାୟ ୫ ଘଣ୍ଟା ଧରି ମା’ର ମୃତଦେହକୁ ଜାବୁଡି ପଡି ରହିବା ପରେ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଜବତ ଉଦ୍ଧାର କରିବା ସହ ଶିଶୁଟିକୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ ଟାରେ ଷ୍ଟେସନ ପରିସରରେ ହିଁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଦୀର୍ଘ ପ୍ରାୟ ୫ ଘଣ୍ଟା ଧରି ଶିଶୁଜଣଙ୍କ ମୃତଦେହକୁ ଜାବୁଡି ଧରି ପଡି ରହିବା ପରେ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ବେଳେ ତଦନ୍ତ ଜାରି ରହିଛି । ଉକ୍ତ ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ଥାନ୍ତର କରିଛି ରେଳବାଇ ପୋଲିସ । ତେବେ ରେଳ ଷ୍ଟେସନ ପରି ସର୍ବସାଧାରଣ ତଥା ବ୍ୟସ୍ତବହୁଳ ସ୍ଥାନରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଶାସନିକ ତତ୍ପରତା ପ୍ରକାଶ ନପାଇବା ଓ ମୃତ ମହିଳାଙ୍କ ୫ ବର୍ଷୀୟ ଶିଶୁ ଦୀର୍ଘ ୫ ଘଣ୍ଟା ଧରି ମା’ ମୃତଦେହକୁ ଧରି ପଡିରହିବା ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking