38.1 C
Bhubaneswar
Friday, April 26, 2024
Homeଅପରାଧମାସେ ପରେ ମାଟି ତଳୁ ମିଳିଲା ଶବ

ମାସେ ପରେ ମାଟି ତଳୁ ମିଳିଲା ଶବ

ବଣାଇ : ହତ୍ୟା ହୋଇଥିଲା ମାସେ ପୂର୍ବରୁ । ଶବ ମିଳିଲା ଏବେ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଉପରକନିଆ ଗାଁ ନିକଟ ଜଙ୍ଗଲରୁ ଶବ ଉଦ୍ଧାର କରାଯାଇଛି । ସାଇଣ୍ଟିଫିକ୍ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବଟିକୁ ପୋଲିସ୍ ଉଦ୍ଧାର କରିଛନ୍ତି । ତେବ ମାସେ ପୂର୍ବରୁ ସ୍ୱାମୀ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କରିଥିଲା । ହତ୍ୟା ପରେ ଜଙ୍ଗଲରେ ଆଣି ମୃତ ଦେହକୁ ପୋତି ଦେଇଥିଲା । ଏବେ ପୋଲିସ୍ ସହାୟତାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଛି ।
ହତ୍ୟାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ପାରିବାରିକ କଳହ ଓ ଭୁଲ ବୁଝାମଣା ହେତୁ ଏହି ହତ୍ୟା କାଣ୍ଟ ଘଟିଥିବାର ସନ୍ଦେହ କରାଯାଇଛି । ପୋଲିସ ଉପସ୍ଥିତିରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁକ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଶବ ବ୍ୟବଚ୍ଛେଦ ରିପାର୍ଟ ଆସିବା ପରେ ଅଧିକ ତଦନ୍ତ ଜାରି ରହିବ ବୋଲି ପୋଲିସ୍ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking