28.1 C
Bhubaneswar
Saturday, April 20, 2024
Homeଅପରାଧବିଚ୍ ରାସ୍ତରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ବିଚ୍ ରାସ୍ତରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ଦିନ ଦ୍ୱପହରେ ବିଚ୍ ରାସ୍ତରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ୨ ଦୁର୍ବୃତ୍ତ । ଭୁବନେଶ୍ୱର ସ୍ଥିତ ବାପୁଜୀନଗର ଓଭର ବ୍ରିଜ ନିକଟରେ ଏମିତ ଏକ ଘଟଣା ଘଟିଛି । ଓଭର ବ୍ରିଜ ଉପରେ ଏକ ଫାର୍ସାରେ ଯୁବକଙ୍କୁ ୨ଜଣ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଯୁବକଙ୍କୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଦୁବୃର୍ତ୍ତମାନେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ଆହତ ହୋଇଥିବା ଯୁବକ ଜଣକ ସେହି ଅଞ୍ଚଳର ପି ନରସିମାହ ବୋଲି ଜଣାପଡ଼ିଛି । ଯୁବକଙ୍କ ମା’ଙ୍କ କହିବା ଅନୁଯାୟୀ ସ୍ଥନୀୟ ସୁରେନ୍ଦ୍ର ନାମକ ବ୍ୟକ୍ତି ସହ ନରସିମାହର ଆଜି ସକାଳେ ସାମାନ୍ୟ ବଚସା ହୋଇଥିଲା । ତାପରେ ସେ ପଳାଇଯାଇଥିଲା । ଆଉ କିଛି ସମୟ ପରେ ଅନ୍ୟ ଦୁଇଜଣଙ୍କ ସହ ଆମ ଘର ପାଖରେ ପହଁଚିଥିଲା । ହାତରେ ଧାରୁଆ ଅସ୍ତ୍ର ଧରିଥିଲା । ଏହି ସମୟରେ ମୋର ଅନ୍ୟ ପୁଅ ପୋଲିସ୍‌କୁ ଖବର ଦେଇଥିଲା ।
ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧିକ କାର୍ଯ୍ୟ । ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟ ପଟେ ଅପରାଧିକ କାର୍ଯ୍ୟ । କେତେବେଳ କେଉଁଠି ଲୁଟ୍ ତ କେତେବେଳେ ଚୋରି ଡ଼କାୟତି ତ ଆଉ କେତେବେଳେ ହତ୍ୟା । କରୋନା ସମୟରେ ବଢି ଚାଲିଛି ଏହି ସବୁ ରାଜଧାନୀରେ । କାହାକୁ ଡରୁ ନାହାନ୍ତି ଅପରାଧୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking