37.2 C
Bhubaneswar
Friday, April 19, 2024
Homeଅପରାଧଆନ୍ଦ୍ର ଓଡିଶା ସୀମାନ୍ତ ଆଲମଣ୍ଡା ଜଙ୍ଗଲରେ ହାତୀ ପୋଲ

ଆନ୍ଦ୍ର ଓଡିଶା ସୀମାନ୍ତ ଆଲମଣ୍ଡା ଜଙ୍ଗଲରେ ହାତୀ ପୋଲ

କୋରାପୁଟ  (ଅଭିନାଶ ଜାନାମ):-ଜିଲ୍ଲାର ନାରାୟଣ ପାଟଣା ଫୋରେଷ୍ଟ ରେଞ୍ଜ ର ଓଡିଶା ଆନ୍ଦ୍ରସୀମାନ୍ତ ଆଲମଣ୍ଡା ଅଞ୍ଚଳରେ ଛଅ ଗୋଟି ହାତୀ ପୋଲ ପଶିଛନ୍ତି।ଗତକାଲି ସନ୍ଧ୍ୟାରେକପାଲଡା ପଞ୍ଚାୟତ ର ଏମ୍ପବାଲସାଏହି ହାତୀ ପୋଲ ପଶି ଆସିଥିବା ବେଳେ ଆଜି ସକାଳେ ଆଲମଣ୍ଡା ଫୋରେଷ୍ଟ ସେକ୍ସନ ର ଏଡୁଗୁ ବଲସା ଜଙ୍ଗଲ ରେବର୍ତ୍ତମାନ ହାତୀ ପଲ ପଶିଛନ୍ତି ଏଡୁଗୁମା ବାଲସା ନଦୀ କୂଳରେ ଚରା ଦେଶୀ ମଦ ରାନ୍ଧିବା ପାଇଁପ୍ରସ୍ତୁତ କରିଥିବା ପ୍ରାୟ ୫୦୦ଲିଟର ୨୫ବେରଲ ପଛ କୁ ନଷ୍ଟ ସହ ଉକ୍ତ ପଛ କୁ ପିଇ ଥିବା ନେଇ ସନ୍ଦେହ କରାଯାଇଛି।ଯଦି ଓ ଏହି ପଛ କୁ ହାତୀ ପୋଲ ପିଇ ଦେଇଥାନ୍ତି ତାହାହେଲେ ନିଶାସକ୍ତ ହୋଇ ପାରନ୍ତି ବୋଲି ଲୋକେ ଆତଙ୍କିତ ହୋଇପଡିଛନ୍ତି।ହାତୀ ପୋଲ ଘଉଡାଇବା ପାଇଁ ସ୍କ୍ୱାଡ଼ ଓ ପାର ଷ୍ଟାପ୍ପ ବନବିଭାଗ କର୍ମଚାରୀ ଲୋକଙ୍କୁ ବାହାରକୁ ଯିବା ପାଇଁ ପରାମର୍ଶଦେବା ସହ ହାତୀପୋଲ ର ଗତିବିଧିଉପରେ ନଜର ରଖିବା ସହଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବୋଲି ଵନପାଳ ଅଭୟ ବେପାରୀ ସୂଚନା ଦେଇଛନ୍ତି।

ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର

କୋରାପୁଟ : ଜିଲ୍ଲାର ପଟାଙ୍ଗି ବ୍ଲକ ର ସମ୍ବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତକୁସୁମା ଦେଵତାଗୁଡା ଗ୍ରାମର ଜଣେ ବୃଦ୍ଧ ଙ୍କୁ ଭାଲୁ ଆକ୍ରମଣ କରିବା ପଳରେଗୁରୁତର ଅବସ୍ଥାରେ ପଟାଙ୍ଗି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧ ଙ୍କ ପୁଅ କହିବା ଅନୁସାରେ ତାଙ୍କ ପିତା ସିଙ୍ଗରୁ ଗେମେଲ(୬୦)ସକାଳ ପ୍ରାୟ୫.୩୦ମିନିଟ ସମୟରେ ଚାଷ ଜମି ରେ ହଳ କରିବା ନିମନ୍ତେ  ଗ୍ରାମ ନିକଟଜଙ୍ଗଲ ଦେଇ ଯାଉଥିବା ସମୟରେ  ଭାଲୁ ଆକ୍ରମଣ କରି ମୁଣ୍ଡ ଏବଂ ବାମ ହାତକୁ କାମୁଡ଼ି ଦେଇଥିଲା। ସେଠାରୁ ବହୁ କଷ୍ଟରେ ମୁକୁଳି ଚିତ୍କାର କରି ଗ୍ରାମକୁ ପେରୁଥିବା ଦେଖି ଗ୍ରାମବାସୀ ପରିବାର ଵର୍ଗ କୁ ଖବର ଦେଇଥିଲେ।ପରିବାର ପକ୍ଷରୁ ୧୦୮ଆମ୍ବୁଲାନ୍ସ କୁ ପୋନ କରିଥିଲେ ।ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ପଟାଙ୍ଗି ଗୋଷ୍ଟି ସ୍ୱସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତର ଥିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ଥାନାନ୍ତର କରାଯାଇଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking