34.1 C
Bhubaneswar
Saturday, April 27, 2024
Homeଅପରାଧପୋଖରୀରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୋଖରୀରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଚାନ୍ଦବାଲି: ପୋଖରୀରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗାଁର ଇଞ୍ଜିନିୟର ଛାତ୍ର ସୌମ୍ୟରଞ୍ଜନ ଦାସ ଗତ ୩ ତାରିଖରେ ସାଙ୍ଗମାନଙ୍କ ସହିତ ଭୋଜି ଖାଇବାକୁ ଯାଇଥିବା ବେଳେ ରାତିରେ ଘରକୁ ଫେରି ନଥିଲେ । ତାପରଦିନ ସୌମ୍ୟରଞ୍ଜନଙ୍କର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଥିଲା ।

ତେବେ ଏନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ କରାଯାଇଛି । ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟଣା ୩ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଛି । କେବଳ ମୃତ ଯୁବକର ସାଙ୍ଗମାନଙ୍କୁ ପଚରା ଉଚରା ପରେ ଛାଡିଦେଇଥିବା ଜଣାପଡିଛି ।

ଏନେଇ ପରିବାର ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନରେ ଦୁର୍ବୃତ୍ତମାନେ ପୁଅକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଣିଥିବା ସୁରେଶ ଦାସଙ୍କ କହିବା ଅନୁସାରେ ତାଙ୍କର ବଡ ପୁଅ ସୌମ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ କରୋନା ପାଇଁ ଲକଡାଉନ ହୋଇଯିବାରୁ ଗାଁରେ ଆସି ରହୁଥିଲେ । ବଂଶଡା ଥାନା ବିଜିପୁର ଗାଁର ସୌମ୍ୟଙ୍କ ମାମୁଁ ବୁଲା ଜେନା ଘର । ଗତ ୩ତାରିଖ ମାମୁଁ ପୁଅ ଭାଇ ବିଭୂତି ଜେନା ଏକ ଭୋଜିର ଆୟୋଜନ କରି ସୌମ୍ୟଙ୍କୁ ଡାକିଥିଲେ । ଏହି ଭୋଜିରେ ବିଭୂତିଙ୍କ ଅନ୍ୟ ଦୁଇ ଜଣ ସାଙ୍ଗ ଚିତ୍ତରଞ୍ଜନ ଜେନା ଓ ଖଗେଶ୍ୱର ପାତ୍ର ମଧ୍ୟ ସାମିଲ ହୋଇଥିଲେ । ମାମୁଁ ଘରେ ଭୋଜି ଖାଇବା ପରେ ୪ଜଣ ଚିଙ୍ଗୁଡ଼ି ଘେରୀ ପୋଖରୀ ହୁଡ଼ାରେ ଶୋଇବାକୁ ଗଲେ । ମାତ୍ର ତହିଁ ପରଦିନ ସୌମ୍ୟଙ୍କ ମୃତଦେହ ପୋଖରୀ ମଧ୍ୟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ସୌମ୍ୟଙ୍କ ବାପାଙ୍କୁ ଜଣାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking