30.1 C
Bhubaneswar
Thursday, May 9, 2024
Homeଅପରାଧପଞ୍ଜାବରେ ଯୁବ ଅକାଳୀ ଦଳ ନେତାଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ଯୁବ ଅକାଳୀ ଦଳ ନେତାଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ଜିଲ୍ଲାରେ ଯୁବ ଅକାଳୀ ଦଳ ନେତା ବିକ୍ରମଜିତ ସିଂହ ମିଦ୍ଦୁଖେରାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟା ଘଟଣା କ୍ୟାମେରାରେ ରେକର୍ଡ ହୋଇଛି । ହତ୍ୟାକାରୀମାନେ ୨୦ ରାଉଣ୍ଡ୍‌ ଗୁଳି ଚାଳନା କରିଥିବା ଜଣାପଡ଼ିଛି । ଘଟଣାଟି ସେକ୍ଟର ୭୧ ସ୍ଥିତ ମତଉର ମାର୍କେଟ୍‌ରେ ଘଟିଛି ।

ବିକ୍ରମଜିତ ଏକ ରିଅଲ୍‌ ଇଷ୍ଟେଟ୍‌ ଅଫିସକୁ ଯାଇଥିବା ସମୟ‌ରେ ଏହି ଘଟଣା ଘଟିଥିଲା । ସେ ପାର୍କିଂରେ ଥିବା ତାଙ୍କ ଗାଡ଼ିରେ ବସିଥିବା ସମୟ‌ରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଅଜଣା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ ଆରମ୍ଭ କରିଦେଇଥିଲେ । ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଦେହରେ ୨୦ ରାଉଣ୍ଡ୍‌ ଗୁଳି ବାଜିଥିବା ଜଣାପଡ଼ିଛି । ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଏକ କାର୍‌ରେ ଖସି ପଳାଇଥିଲେ । ବିକ୍ରମଜିତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା ହୋଇଥିବା ପୁଲିସ କହିଛି । ମିଦ୍ଦୁଖେରା ପଞ୍ଜାବ ବିଶ୍ୱ ବିଦ୍ୟାଳୟରେ ସକ୍ରିୟ ଛାତ୍ରନେତା ଥିଲେ । ବରିଷ୍ଠ ଅକାଳୀ ଦଳ ନେତା ଏବଂ ଦଳର ମୁଖପାତ୍ର ଦଲଜିତ ସିଂହ ‌ଚେମା କହିଛନ୍ତି, ଏହା ପ୍ରମାଣ କରୁଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking