37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲା ବ୍ରିଟେନ

ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତୀୟ ଯାତ୍ରୀଙ୍କ ପାଇଁ କଟକଣା କୋହଳ କଲା ବ୍ରିଟେନ । ରବିବାର ଦିନ ବ୍ରିଟେନ ଭାରତକୁ ନିଜ “ରେଡ” ତାଲିକାରୁ ହଟାଇ “ଅମ୍ବର” ତାଲିକାକୁ ଆଣିଛି । ଏବେ କରୋନା ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟ ଯାତ୍ରୀଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ବାଧ୍ୟତାମୂଳକ ଭାବେ ୧୦ ଦିନ ହୋଟେଲରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ ।

ବର୍ତ୍ତମାନ ବିଦେଶକୁ ବିମାନ ଉଡ଼ାଣ ଉପରେ କଟକଣା ଥିବାବେଳେ ବ୍ରିଟେନ ଏବଂ ଭାରତ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଭାରତ ଏବଂ ବ୍ରିଟେନ ମଧ୍ୟରେ ସୀମିତ ସଂଖ୍ୟକ ବିମାନ ଚଳାଚଳ ଜାରି ରହିଛି । ନୂଆ ନିୟମ ଏହି ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଲାଗୁ ହେବ ।

ସ୍ୱାସ୍ଥ୍ୟ ଏବଂ ସାମାଜିକ ଯତ୍ନ ବିଭାଗ (ଡିଏଚଏସସି) ନିଶ୍ଚିତ କରିଛି ଯେ, ଦୁଇ ଡୋଜ ଟିକା ନେଇ ବ୍ରିଟେନ ଆସୁଥିବା ଯାତ୍ରୀଙ୍କୁ ଏବେ ହୋଟେଲରେ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ । ସେମାନେ ଚାହିଁଲେ ନିଜ ଘରେ କିମ୍ବା ସେମାନଙ୍କୁ ନିଜ କମ୍ପାନି ପକ୍ଷରୁ ଦିଆଯାଇଥିବା ଘରେ ରହିପାରିବେ । ଏବେ ହୋଟେଲରେ ରହିବ ବାଧ୍ୟତାମୂଳକ ନୁହେଁ ।

ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନେ ବ୍ରିଟେନ ଯିବାର ତିନି ଦିନ ପୂର୍ବରୁ ନିଜର କୋଭିଡ୍ ପରୀକ୍ଷା କରିବେ ଏବଂ ଇଂଲଣ୍ଡରେ ପହଞ୍ଚିବା ପରେ ଦୁଇଟି କୋଭିଡ୍ ପରୀକ୍ଷା ପାଇଁ ଆଗୁଆ ବୁକ କରିବେ । ଇଂଲଣ୍ଡରେ ପହଞ୍ଚିବା ପରେ ସେ ନିଜ ଘରେ ବା ନିଜ କମ୍ପାନି ପକ୍ଷରୁ ଦିଆଯାଇଥିବା ଘରେ ୧୦ଦିନ ରହିବା ସହ ଦୁଇ ଥର କରୋନା ପରୀକ୍ଷା କରାଇବେ । ୧୮ ବର୍ଷରୁ କମ୍ ଏବଂ ବ୍ରିଟେନରେ ଦୁଇଟି ଡୋଜ ନେଇଥିବା ବ୍ୟକ୍ତିମାନଙ୍କ ଉପରେ ଘରୋଇ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ । ଏହା ସହ ଯେଉଁମାନେ ୟୁଏଇ ଏବଂ ଆମେରିକାରେ ଉଭୟ ଡୋଜ ଗ୍ରହଣ କରିଛନ୍ତି, ସେମାନଙ୍କ ଉପରେ ଘରୋଇ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking