30.1 C
Bhubaneswar
Friday, April 26, 2024
Homeଅପରାଧଘର ନିକଟ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘର ନିକଟ ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉତରପ୍ରଦେଶ: ଉତରପ୍ରଦେଶର ମଉ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ଶବ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାକୁ ନେଇ ମୃତ ବୃଦ୍ଧ ବ୍ୟକ୍ତିଙ୍କ ପୁଅ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ସମାଜବାଦ ପାର୍ଟୀର ନେତା, ତାଙ୍କର ଦୁଇ ପୁଅ ଏବଂ ଅନ୍ୟ ତିନି ଜଣ ପଡୋଶୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ମଉ ଜିଲ୍ଲାର ମଧୁବନ ଥାନା ଅନ୍ତର୍ଗତ ମର୍ଯ୍ୟାଦପୁରରେ ବାସ କରୁଥିବା ବିଶମ୍ଭର ନାଥ ମିଶ୍ର ରୋଡ୍‌ଓଜରେ ଜଣେ ପରିଚାଳକ ଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ । ପରେ ଘରେ ରହି କ୍ଷେତବାଡି କାମରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ପାଂଚ ପୁଅ ଅଛନ୍ତି । ହେଲେ ତାଙ୍କ ର ଗୋଟିଏ ପୁଅ ବାହାରେ ଚାକିରୀ କରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣକୁ ଛାଡିଦେଲେ ଅନ୍ୟ ୪ ପୁଅ ଘରେ ହିଁ ଥିଲେ କରୋନା ପାଇଁ । ସବୁଦିନ ଭଳି ବିଶମ୍ଭର ରବିବାର ମଧ୍ୟ ଖାଇସାରିବା ପରେ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ତାଙ୍କ ଶବ ଘର ନିକଟରେ ଥିବା ଏକ ଲିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତାଙ୍କ ବାପାଙ୍କୁ କିଏ ମାରି ଟଙ୍ଗାଇ ଦେଇଥିବା ତାଙ୍କ ପୁଅ ପ୍ରସାଦ ମିଶ୍ର ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking