37.2 C
Bhubaneswar
Friday, April 19, 2024
Homeଓଡିଶାସାତ ଜଣ ଶ୍ରମିକଙ୍କୁ 750 ଗ୍ରାମ ଚୁଡା

ସାତ ଜଣ ଶ୍ରମିକଙ୍କୁ 750 ଗ୍ରାମ ଚୁଡା

ଯାଜପୁର : ବରୀ ବ୍ଲକ ଅନ୍ତର ଗତ ରତ୍ନଗିରି ରେ ଦେଶସାରା କରୋନା ଯୋଗୁଁ ଲଗଡାଉନ ଘୋଷଣା ହୋଇଥିବାରୁ ରାଜ୍ୟ ତଥା ଜିଲା ବାହାରୁ ମଜୁରୀ ଖଟିବାକୁ ଆସି ବହୁ ଶ୍ରମିକ ଅଟକି ରହିଛନ୍ତି l ରାଜ୍ୟସରକଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାcଳନା ତରଫରୁ ପତ୍ର ସଂଖ୍ୟା 2040 ତା28.3.2020 ଓ ପତ୍ର ସଂଖ୍ୟା2045 ତା29.3.2020 ରେ ସବୁ ଜିଲାର ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ କୌଣସି ଶ୍ରମିକ ଯେମିତି ଉପାସ ରେ ନ ରୁହନ୍ତି ସେଥିପ୍ରତି କଡା ନିର୍ଦେଶ ଦିଆଯାଇଅଛି l ସୂଚନାଯୋଗ୍ୟ ବୟସ୍କ ଲୋକ ଙ୍କ ପାଇଁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ଯୋଗାଇବା ନିମନ୍ତେ 60 ଟଙ୍କା ଖର୍ଚ୍ଚ କରାଯିବା ଓ12 ବର୍ଷ ରୁ କମ ବୟସର ପିଲା ମାନଙ୍କ ପାଇଁ 45 ଟଙ୍କା ଖର୍ଚ୍ଚ କରାଯିବ ପାଇଁ ନିର୍ଦେଶ ରହିଛି l ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ବରୀ ବ୍ଲକ ରେ l

ମା ସିଧେଶ୍ୱରୀ ଏସଏଚଜି ଗୋଷ୍ଠୀ ଅଲିପୁର ପଂଚାୟତ ରେ ଅଟକି ରହିଥିବା ପଶ୍ଚିମବଙ୍ଗ ର ସାତ ଜଣ ଶ୍ରମିକଙ୍କୁ ଠିକ ମୁତାବକ ଖାଦ୍ୟ ଦିଆ ନ ଯିବାରୁ ସେମାନେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବରୀ ତହସିଲଦାର ଙ୍କ ନିକଟରେ ଆଜି ଅଭିଯୋଗ କରିଥିବାର ଜଣାପଡିଛି l ଗତ କାଲି ରାତ୍ରି ଭୋଜନ ପାଇଁ ସାତ ଜଣ ଶ୍ରମିକଙ୍କୁ 750 ଗ୍ରାମ ଚୁଡା ଓ 200 ଗ୍ରାମ ଗୁଡ଼ ଦେବା ଘଟଣା ସରକାରୀ କାର୍ଯ୍ୟକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି l ରାଜ୍ୟ ସରକାର ଙ୍କ କଡା ନିର୍ଦେଶ ସତ୍ୟେ ଦାଇତ୍ୱ ରେ ଥିବା ଏସଏଚଜି ଗୋଷ୍ଠୀ ର କାର୍ଯ୍ୟ ଉପରେ ପ୍ରଶାସନ ନଜର ରଖିବା ସହିତ ଅଟକି ରହିଥିବା ଶ୍ରମିକ ମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇଦେବାକୁ ଶ୍ରମିକ ମାନେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି l ରିପୋର୍ଟ- ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking