26.1 C
Bhubaneswar
Wednesday, May 8, 2024
Homeଓଡିଶାପାଖ ମାଡ଼ିଲେନି ସାହିପଡ଼ିଶା, ବାପାଙ୍କ ଶବକୁ ଶଗଡ଼ରେ ନେଇ ସତ୍କାର କଲା ପୁଅ

ପାଖ ମାଡ଼ିଲେନି ସାହିପଡ଼ିଶା, ବାପାଙ୍କ ଶବକୁ ଶଗଡ଼ରେ ନେଇ ସତ୍କାର କଲା ପୁଅ

ପାଟଣାଗଡ଼ : ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ମଲାପରେ ବି ପାଖ ମାଡ଼ିଲେନି ସଂପର୍କୀୟ। ଗ୍ରାମବାସୀ ବି ଆଡ଼ଆଖିରେ ଦେଖିଲେନି। ଶେଷରେ ନାବାଳକ ପୁଅ ଶଗଡ଼ ଗାଡ଼ି ବାପାଙ୍କ ଶବ ବୋଝେଇ କରି ମଶାଣିକୁ ନେଲେ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ୍‌ ମରୁଆଁ ପଞ୍ଚା‌ୟତ ପାଢ଼େଲ ଗାଁକୁ କିଛିବର୍ଷ ପୂର୍ବେ ଛତିଶଗଡ଼ର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସିଥିଲେ। ସେ ସେହି ଗାଁର ସୀତା ସରାଫଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ। ଉଭୟେ ନିକଟସ୍ଥ ଗୋଶାଳାଠାରେ ରହୁଥିଲେ। କଲ୍ୟାଣ ଓ ସୀତାଙ୍କ ଦୁଇ ପୁଅ ଓ ଦୁଇ ଝିଅ। ସମସ୍ତେ ନାବାଳକ। ଗତ କିଛିଦିନ ତଳେ କଲ୍ୟାଣ ଅସୁସ୍ଥତା ଅନୁଭବ କରିଥିଲେ।

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ‌ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଶନିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ମୃତଦେହକୁ ସେମାନେ ରହୁଥିବା ପାଢ଼େଲ ଗ୍ରାମ ନିକଟ ଝୁଲେନବର ଗୋଶାଳାକୁ ନେଇଥିଲେ। ସୀତା ତାଙ୍କ ପରିବାର‌ ଲୋକଙ୍କୁ ଖବର ଦେଇଥିଲେ। ହେଲେ ଗାଁରେ ଥିବା ସୀତାଙ୍କ ସମ୍ପର୍କୀୟ କଲ୍ୟାଣ ଅନ୍ୟ ଜାତିର ହୋଇଥିବା ଦର୍ଶାଇ ପାଖକୁ ଯାଇ ନଥିଲେ। ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜାତି ସମାଜ କେହି ପହଞ୍ଚି ନଥିଲେ। ଶେଷରେ ସୀତାଙ୍କ ଅନୁରୋଧ ରକ୍ଷାକରି ଗାଁର କୁଚି ବରିହା ତାଙ୍କ ଶଗଡ଼ ଗାଡ଼ିରେ ଶବ ନେବାକୁ ରାଜି ହୋଇଥିଲେ। ଶବକୁ ନିକଟସ୍ଥ ଜଙ୍ଗଲକୁ ନିଆ ଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କ ସହଯୋଗରେ ଜଙ୍ଗଲରେ ଗାତ ଖୋଳାଯାଇ ଶବସତ୍କାର କରିଥିଲେ କଲ୍ୟାଣଙ୍କ ନାବାଳକ ପୁଅ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking